ଆତଙ୍କ ଖେଳାଇଲେ ବିଲ୍ଡରଙ୍କ ଗୁଣ୍ଡା, ସାମ୍ବାଦିକଙ୍କ ଘରେ ପଶି ପିଟିଲେ, ଭାଙ୍ଗିଲେ
ଆତଙ୍କ ଖେଳାଇଲେ ବିଲ୍ଡରଙ୍କ ଗୁଣ୍ଡା, ସାମ୍ବାଦିକଙ୍କ ଘରେ ପଶି ପିଟିଲେ, ଭାଙ୍ଗିଲେ
admin
Nov 24, 2020 - 14:21
Updated: Nov 24, 2020 - 14:21
ଭୁବନେଶ୍ୱର: ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ବୈଦୁ୍ୟତିକ ଗଣମାଧ୍ୟମର ସାମ୍ବାଦିକ ବିଲ୍ଡରଙ୍କ ଦ୍ୱାରା ନିୟୋଜିତ ଗୁଣ୍ଡାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଗୁଣ୍ଡାମାନେ ରାତି ଅଧରେ ସାମ୍ବାଦିକଙ୍କ ଘରେ ପଶି ଭଙ୍ଗାରୁଜା ରିବା ସହ ପରିବାର ଲୋକଙ୍କୁ ଆକ୍ରମଣ କରିଛନ୍ତି । ସାମ୍ବାଦିକଙ୍କ କ୍ୟାମେରା ନେଇ ପଳାଇଛନ୍ତି । ଏ ନେଇ ସାମ୍ବାଦିକଙ୍କ ମା ବସନ୍ତ ମଞ୍ଜରୀ ବାରିକଙ୍କ ଅଭିଯୋଗକୁ ଭିତ୍ତିକରି ଯାଁଳା ଫାଣ୍ଡି ପୁଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ, ଏକ ବୈଦୁ୍ୟତିକ ଗଣମାଧ୍ୟମରେ କାମ କରୁଛନ୍ତି ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ କାଇମାଟିଆ ପାଟଣାର ଚିତ୍ରସେନ ବାରିକ । ମଦନପୁର ପଞ୍ଚାୟତର ଦେଉଳି ପାଟଣାରେ ହଜାରୀ ସାହୁ ନାମକ ବ୍ୟକ୍ତି ନିଜସ୍ୱ ଜମି ଆଗରେ ଥିବା ସରକାରୀ ଜମିରେ ବିଭିନ୍ନ ଗଛ ଲଗାଇ ବାଡ଼ ବୁଜିଛନ୍ତି । ଜଣେ ବିଲ୍ଡର ଉକ୍ତ ଜମିକୁ ହାତେଇବା ପାଇଁ ଗୁଣ୍ଡା ଲଗାଇ ହଜାରୀଙ୍କ ପରିବାର ଲୋକଙ୍କୁ ବାରମ୍ବାର ଭୟଭୀତ କରାଉଛନ୍ତି । ତାଙ୍କ ବାଡ଼ରେ ନିଅାଁ ଲଗାଇ ଦେବା ସହ ହଜାରୀଙ୍କ ପତ୍ନୀଙ୍କୁ ଆକ୍ରମଣ କରିଛନ୍ତି । ଏ ନେଇ ଯାଁଳା ଫାଣ୍ଡିରେ ବିଲ୍ଡରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଉକ୍ତ ଖବର ସଂଗ୍ରହ ପାଇଁ ଚିତ୍ର ସେନ ଯାଇଥିଲେ । ହଜାରୀଙ୍କ ପତ୍ନୀଙ୍କ ମତାମତ ଆଣିବା ସହ ସମ୍ପୃକ୍ତ ବିଲ୍ଡରଙ୍କୁ ଫୋନ କରି ମତାମତ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଲ୍ଡର ତାଙ୍କୁ ଧମକଚମକ ଦେଇଥିଲେ । ରାତିରେ ହଠାତ ବିଲ୍ଡରଙ୍କ କିଛି ଗୁଣ୍ଡା କାଇମାଟିଆରେ ଟୁଲୁ ସ୍ୱାଇଁ, ତାଙ୍କ ପୁଅ ବାଦଲ ସ୍ୱାଇଁ ଓ ଅନ୍ୟ ୫/୬ ଜଣ ଚିତ୍ରସେନଙ୍କ ଘରେ ପଶି ଚିତ୍ରସେନଙ୍କର ୪ ବର୍ଷର ଝିଅକୁ ଟେକି କାଚିଦେବା ସହ ମା ଓ ବାପାଙ୍କୁ ଆକ୍ରମଣ କରିଥିଲେ । ଘର ଆସବାବ ପତ୍ର ଫୋପଡ଼ା ଫିଙ୍ଗା କରିବା ସହ କବାଟ ଭାଙ୍ଗି ଦେଇଥିଲେ । ଚିତ୍ରସେନଙ୍କ କ୍ୟାମେରାକୁ ମଧ୍ୟ ଛଡ଼ାଇ ନେଇଥିଲେ । ବିଲ୍ଡରଙ୍କ ବିରୋଧରେ ଖବର ପ୍ରସାରଣ କଲେ ତା ସହିତ ତୁମ ପରିବାର ଲୋକଙ୍କୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ । ଖବର ପାଇ ଚିତ୍ର ସେନ ଘରେ ପହଞ୍ଚିବା ପରେ ତା ମା ବସନ୍ତ ମଞ୍ଜରୀକୁ ନେଇ ଯାଁଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।