ଶୋଇଥିବା ଅବସ୍ଥାରେ ଯୁବତୀଙ୍କୁ ହତ୍ୟା, ଭାଇକୁ ଅଟକ ରଖିଲା ପୁଲିସ

ଶୋଇଥିବା ଅବସ୍ଥାରେ ଯୁବତୀଙ୍କୁ ହତ୍ୟା, ଭାଇକୁ ଅଟକ ରଖିଲା ପୁଲିସ

ଶୋଇଥିବା ଅବସ୍ଥାରେ ଯୁବତୀଙ୍କୁ ହତ୍ୟା, ଭାଇକୁ ଅଟକ ରଖିଲା ପୁଲିସ
ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଜଣେ ଯୁବତୀ ହତ୍ୟାର ଶିକାର ହୋଇଛନ୍ତି । ଯୁବତୀ ଜଣଙ୍କ ନୟାଗଡ଼ର ଜଣେ ଯୁବକଙ୍କୁ ଭଲ ପାଉଥିବା ବେଳେ ପରିବାର ଲୋକେ ଏହି ପ୍ରେମକୁ ବିରୋଧ କରୁଥିଲେ । ତେଣୁ ଏହା ଏକ ଅନରକିଲିଂ ବୋଲି ଗଣିଆ ପୁଲିସ ସନେ୍ଦହ କରୁଛି । ହତ୍ୟାର ଶିକାର ହୋଇଥିବା ଯୁବତୀ ହେଉଛନ୍ତି ମମତା ରାଉତ (୨୬) । ସେ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋର ଏକ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ଏହି ନାରକୀୟ କାଣ୍ଡ ନେଇ ଯୁବତୀଙ୍କ ସାନ ଭାଇକୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ରାତିରେ ମମତା ସ୍ୱାଭାବିକ ଭାବେ ପରିବାର ଲୋକଙ୍କ ସହ ଖାଇପିଇ ନିଜ ଘରେ ଶୋଇଥିଲେ । ଭୋର ୪ଟା ବେଳେ ଝିଅର ରକ୍ତ ଜୁଡ଼ୁବୁଡ଼ୁ ଶବ ଦେଖିଥିବା ତାଙ୍କ ବାପା ପ୍ରହ୍ଲାଦ ରାଉତ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଗଣିଆ ପୁଲିସ ତତକ୍ଷଣାତ ବିଜୟନଗରରେ ପହଞ୍ଚ ଘଟଣାର ଅନୁଧ୍ୟାନ କରିଥିଲେ । ମମତା ଶୋଇଥିବା ଅବସ୍ଥାରେ ସମ୍ଭବତଃ ହତ୍ୟା କରାଯାଇଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଏପରିକି ଯୁବତୀଙ୍କ ମୁଣ୍ଡରେ ବି ଏକାଧିକ ଚୋଟର ଦାଗ ରହିଛି । ପୁଲିସ ଘଟଣା ସ୍ଥଳରୁ କଟୁରୀ ସମେତ ରକ୍ତଭିଜା କପଡ଼ା ଜବତ କରାଯାଇଛି । ପୁଲିସ ସୂଚନାକୁ କେନ୍ଦ୍ର କରି ବିଭିନ୍ନ ଦିଗକୁ ତର୍ଜମା କରୁଛି । ଏହି ଘଟଣାରେ ମୃତ ଯୁବତୀଙ୍କ ପ୍ରେମିକର ଭୂମିକା ନଥିବା, ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଅପରପକ୍ଷେ ବୀଭତ୍ସ ହତ୍ୟାକାଣ୍ଡ ପଛରେ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ନେଇ ସନେ୍ଦହ କରୁଥିବା ଜଣାପଡ଼ିଛି । ଯେଉଁଥିପାଇଁ ପୁଲିସ ମୃତ ଯୁବତୀଙ୍କ ସାନ ଭାଇଙ୍କୁ ଅଟକ ରଖି ପଚରା ଉଚରା କରୁଛି ।