ଗୁଜରାଟର ଅମରେଲୀ ନିକଟରେ ଭୂମିକମ୍ପର ଝଟକା ଅନୁଭବ

ଗୁଜରାଟର ଅମରେଲୀ ନିକଟରେ ଭୂମିକମ୍ପର ଝଟକା ଅନୁଭବ

ଗୁଜରାଟର ଅମରେଲୀ ନିକଟରେ ଭୂମିକମ୍ପର ଝଟକା ଅନୁଭବ
ନୂଆଦିଲ୍ଲୀ: କୁହାଯାଏ ବିପଦ ଯତେବେଳେ ଆସେ ସାଙ୍ଗସାଥୀ ସମସ୍ତଙ୍କୁ ନେଇ ଆସିଥାଏ । ଯାହା ଗୁଜୁରାଟ କ୍ଷେତ୍ରରେ ପ୍ରମାଣିତ ହୋଇଛି । ଆରବସାଗରରେ ସୃଷ୍ଟ ବାତ୍ୟା ତାଉ’ତେ ଗୁଜୁରାଟ ଆଡ଼କୁ ମାଡ଼ିଚାଲିଛି । ଆଜି ତାଉ’ତେ ଗୁଜୁରାଟ ଉପକୂଳ ଛୁଇଁବ । ତେବେ ଗୁଜରାଟରେ ଗୋଟେ ପଟେ ତାଉ’ତେ ବାତ୍ୟାର ଅତି ଭୀଷଣ ରୁପର ସାମ୍ନାସାମ୍ନି ହେବାକୁ ଥିବା ବେଳେ ଅନ୍ୟ ପଟେ ଅମରେଲୀ ନିକଟରେ ଭୂମିକମ୍ପର ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଖବର ଏଯାବତ ମିଳିନାହିଁ। ସେହିପରି ଗୁଜରାଟର ରାଜକୋଟରେ ମଧ୍ୟ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୮ ରେକର୍ଡ କରାଯାଇଛି। ଏଥିରେ ମଧ୍ୟ ଧନଜୀବନ ହାନୀ ହୋଇ ନାହିଁ ବୋଲି ଖବର ମିଳିଛି।