ଗୁଟଖା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ
ଗୁଟଖା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ
ସମ୍ବଲପୁର: ସମ୍ବଲପୁର ଶରଧାପାଲି ଗୁଟଖା କାରଖାନାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଦୁଇଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛି ।
ସେମାନେ କାରଖାନା ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ । କାରଖାନାର ବଏଲର ଫାଟି ଯାଇ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।
ସମ୍ବଲପୁର ଏସପି ବି. ଗଙ୍ଗାଧର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଏସପି କହିଛନ୍ତି, ଅଗ୍ନିକାଣ୍ଡ କେମିତି ଘଟିଲା ତା’ର ତଦନ୍ତ କରାଯିବ । ତା’ସହିତ କାରଖାନାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ, ତା’ର ମଧ୍ୟ ତଦନ୍ତ କରାଯିବ ବୋଲି ଏସପି କହିଥିବା ସୂଚନା ମିଳିଛି ।




admin 