ଘରଭିତରେ କରାଯାଇଥିବା ଅପମାନ ଅନୂସୂଚିତ ଜନଜାତି ଆଇନ ପରିସରଭୁକ୍ତ ନୁହେଁ : ସୁପ୍ରିମକୋର୍ଟ
ଘରଭିତରେ କରାଯାଇଥିବା ଅପମାନ ଅନୂସୂଚିତ ଜନଜାତି ଆଇନ ପରିସରଭୁକ୍ତ ନୁହେଁ : ସୁପ୍ରିମକୋର୍ଟ
admin
Nov 6, 2020 - 06:56
Updated: Nov 6, 2020 - 06:56
ନୂଆଦିଲ୍ଲୀ : ଗୁରୁବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଅନୂସୂଚିତ ଜାତି ଏବଂ ଜନଜାତି ଆଇନକୁ ନେଇ ଏକ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ କୋର୍ଟ । ଘରର ଚାରିକାନ୍ଥ ମଧ୍ୟରେ କରାଯାଇଥିବା ଅପମାନକୁ ଅନୂସୂଚିତ ଜାତି ଓ ଜନଜାତି ଆଇନରେ ସାମିଲ କରାଯାଇପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି । ସର୍ବସାଧାରଣ ସ୍ଥାନରେ କରାଯାଇଥିବା ଅପମାନ ସୂଚକ ମନ୍ତବ୍ୟ ତଥା ମାନହାନି ପାଇଁ ଅନୂସୂଚିତ ଜନଜାତି ଆଇନ ଲାଗୁ କରାଯାଇପାରିବ । ଜଷ୍ଟିସ ଏଲ ନାଗେଶ୍ୱର ରାଓ, ହେମନ୍ତ ଗୁପ୍ତା ଏବଂ ଅଜୟ ରସ୍ତୋଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ହିତେଶ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ଡିସେମ୍ବର ୧୦, ୨୦୧୯ରେ ହିତେଶ ବର୍ମା ଏବଂ ଜଣେ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା କାରଣରୁ ଡିସେମ୍ବର ୧୧ ତାରିଖରେ ହିତେଶଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ସମେତ ଅନୂସୂଚିତ ଜନଜାତି ଆଇନ ଲାଗୁ କରାଯାଇଥିଲା । ହିତେଶ ଏହାକୁ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।