ଘର ଚମକାଇବ ଖଟା ଫଳ

ଘର ଚମକାଇବ ଖଟା ଫଳ

ଘର ଚମକାଇବ ଖଟା ଫଳ
କବାଟ, ଝରକାର କାଚ କିମ୍ବା ଲୁହାରେ ଦାଗ ଲାଗିଥିଲେ, ରସଯୁକ୍ତ ଲେମ୍ବୁ ଘଷନ୍ତୁ । ଏହା ଦ୍ୱାରା ଦାଗ ଛାଡ଼ିବା ସହଜ ହୁଏ ଓ ଉଜ୍ଜ୍ୱଳ ଦିଶେ । କମଳା ଚୋପାକୁ ଖରାରେ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ । ସେଥିରେ ଅଳ୍ପ ପରିମାଣରେ ଭିନେଗାର ମିଶାଇ ଡାଇନିଂ ଟେବୁଲ, କାଚ ତିଆରି ଆସବାବ ପତ୍ରରେ ଘଷନ୍ତୁ । ପୂର୍ବ ଚମକ ଫେରିଆସିବ । ଲୁଗାପଟା ଥିବା ଆଲମାରିରେ କମଳା ଚୋପା ରଖନ୍ତୁ, ପୋକ ଲାଗିବ ନାହିଁ । ମୌସୁମୀ ଫଳର ଚୋପାକୁ ଶୁଖାଇ ଗୁଣ୍ଡ କରି ଦିଅନ୍ତୁ । ସେଥିରେ ଲୁଣ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହାକୁ ଲୁହା, ଇସ୍ପାତ, ମାର୍ବଲ ଚଟାଣ, ୱାସ ବେସିନ ଆଦି ପରିଷ୍କାର ପାଇଁ ବ୍ୟବହାର କରନ୍ତୁ । ତମ୍ବା କିମ୍ବା ପିତଳ ଘରକରଣା ଜିନିଷଗୁଡ଼ିକୁ ଲେମ୍ବୁ ଚୋପାରେ କିଛି ସମୟ ଘଷିଲେ ସେଥିରୁ ଦାଗ ଛାଡ଼ିଯାଏ । ଲେମ୍ବୁର ରସରେ ବେକିଂ ସୋଡ଼ା ଫେଣ୍ଟି ଚଟାଣ ପୋଛନ୍ତୁ ।