ଚୀନରେ ପିଲାମାନଙ୍କୁ ଦିଆଯାଉଛି ଶିକ୍ଷା: ବଣୁଆ ବିଲେଇ ମାଂସ ଭାରି ସ୍ୱାଦିଷ୍ଟ

ଚୀନରେ ପିଲାମାନଙ୍କୁ ଦିଆଯାଉଛି ଶିକ୍ଷା: ବଣୁଆ ବିଲେଇ ମାଂସ ଭାରି ସ୍ୱାଦିଷ୍ଟ

ଚୀନରେ ପିଲାମାନଙ୍କୁ ଦିଆଯାଉଛି ଶିକ୍ଷା: ବଣୁଆ ବିଲେଇ ମାଂସ ଭାରି ସ୍ୱାଦିଷ୍ଟ
ଅଧିକାଂଶ ମାରାତ୍ମକ ଭାଇରସ ପଶୁମାନଙ୍କ ଦେହରୁ ମଣିଷ ପାଖକୁ ଆସୁଥିଲେ ମଧ୍ୟ ଲୋକେ ଏଥିପ୍ରତି ସଚେତନ ହେଉନାହାନ୍ତି । ଏବେ ଚୀନରେ ବ୍ୟାପିଥିବେ କରୋନା ଭାଇରସ ସାପ କିମ୍ବା ବଜ୍ରକାପ୍ତା ମାଂସ ଖାଇବା ଯୋଗୁ ମଣିଷ ଦେହକୁ ଆସୁଥିବାର କୁହାଯାଉଛି । ଏହା ପୂର୍ବରୁ ୨୦୦୩ ରେ ସାର୍ସ ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ୭୭୫ ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ବେଳେ ୮୦୦୦ ରୁ ଅଧିକ ଆକ୍ରାନ୍ତ ହୋଇଥିଲେ । ଚୀନରେ ବି ବହୁତ ଲୋକ ଏହାର ଶିକାର ହୋଇଥିଲେ । ଏହା ବଣୁଆ ବିଲେଇ ଦେହରୁ ମଣିଷକୁ ବ୍ୟାପୁଥିବାର କୁହାଯାଇଥିଲା । ଚୀନରେ ବଣୁଆ ବିଲେଇ ମାଂସ ଖିଆଯାଉଥିବାରୁ ଏହି ଭାଇରସ ତୀବ୍ର ଗତିରେ ବ୍ୟାପିଥିଲା । କିନ୍ତୁ ଏବେ ବି ଚୀନରେ ଏ ପ୍ରକାର ବିଲେଇ ମାଂସ ଭାରି ସ୍ୱାଦିଷ୍ଟ ବୋଲି ଶିକ୍ଷା ଦିଆଯାଉଛି । ଓହାନ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଲିଟିଲ ଏନସାଇକ୍ଲୋପିଡିଆ ଅଫ ଆନିମଲସରେ ଏପରି ତଥ୍ୟ ଉଲ୍ଲେଖ କରାଯାଇଛି । କିନ୍ତୁ ସୋସିଆଲ ମିଡିଆରେ ଏହାକୁ ବ୍ୟାପକ ସମାଲୋଚନା କରାଯିବା ପରେ ଓହାନ ବିଶ୍ୱ ବିଦ୍ୟାଳୟ ପ୍ରେସ ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ସହିତ ଏ ଧରଣର ସମସ୍ତ ପୁସ୍ତକକୁ ବଜାରରୁ ଫେରାଇ ନେଇଛି ।