ଛତିଶଗଡ ପାଇଁ ଓଡିଶାରେ ସଂକ୍ରମଣ ବଢୁଛି

ଛତିଶଗଡ ପାଇଁ ଓଡିଶାରେ ସଂକ୍ରମଣ ବଢୁଛି

ଛତିଶଗଡ ପାଇଁ ଓଡିଶାରେ ସଂକ୍ରମଣ ବଢୁଛି
ଭୁବନେଶ୍ୱର: ଛତିଶଗଡ ପାଇଁ ଆମ ରାଜ୍ୟ ଓଡିଶାରେ ସଂକ୍ରମଣ ସଂଖ୍ୟା ବଢି ଚାଲିଛି । କରୋନା ସଂକ୍ରମଣ ବୃଦ୍ଧି ପ୍ରସଙ୍ଗରେ ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପଡୋଶୀ ରାଜ୍ୟରୁ ଲୋକ ଆସୁଥିବାରୁ ଓଡିଶାରେ ସଂକ୍ରମିତ ସଂଖ୍ୟା ବଢୁଛି । ଛତିଶଗଡ ଯୋଗୁଁ ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢାଇବାରେ ଲାଗିଛି । ଅନ୍ୟ ସଂକ୍ରମିତ ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ସଂକ୍ରମଣ ବଢୁଛି । ପଞ୍ଜାବ, ମହାରାଷ୍ଟ୍ର ଭଳି ମ୍ୟୁଟେସନ ଓଡିଶାରେ ନାହିଁ । ଲୋକମାନେ ଅମାନିଆ ହେବାରୁ ସଂକ୍ରମଣ ବଢୁଛି । ଅଧିକ ଜେନମ୍ ସିକୁ୍ୟଏନ୍ସ ପରେ କେଉଁ ଷ୍ଟ୍ରେନ୍ ଦ୍ୱାରା ଓଡିଶା ପ୍ରଭାବିତ ଜଣାପଡିବ । ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ ଓଡିଶାରେ ଦେଖିବାକୁ ମିଳିନି । ୟୁକେ ଓ ଡବଲ ମୁ୍ୟଟେସନ ଓଡିଶାରେ ମାତ୍ର ୩ରୁ ୪ ପ୍ରତିଶତ , ଯାହା ନଗଣ୍ୟ । ବର୍ତମାନ ଷ୍ଟ୍ରେନ ଅଧିକ ବ୍ୟାପୁଛି, କମନ ଫ୍ଲୋ ଯୋଗୁ ସଂକ୍ରମଣ ବଢୁଛି । ବର୍ତମାନ ଦେଶରେ ଯେଉଁ ସଂକ୍ରମଣ ବ୍ୟାପୁଛି ତାହା ୩ଟି ମୁ୍ୟଟେସନ ଭାଇରସ ରହିଛି । ଖାଲି ଓଡିଶା ନୁହେଁ ସମଗ୍ର ଦେଶରେ କରୋନା ସଂକ୍ରମଣ ବଢୁଛି ବୋଲି ଆଇଏଲଏସ ନିଦେ୍ର୍ଧଶକ ।