ଝାଡଖଣ୍ଡରେ ୮ ଦିନିଆ ଲକଡାଉନ ଘୋଷଣା

ଝାଡଖଣ୍ଡରେ ୮ ଦିନିଆ ଲକଡାଉନ ଘୋଷଣା

ଝାଡଖଣ୍ଡରେ ୮ ଦିନିଆ ଲକଡାଉନ ଘୋଷଣା
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଆଜି ଦେଶରୁ ୨ ଲକ୍ଷ ୫୯ ହଜାର ୧୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ଯୋଗୁଁ ମହାରାଷ୍ଟ୍ରରେ ପ୍ରାୟ ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । କରୋନା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ପଦକ୍ଷେପ ନିଆଯାଉଛି । ତଥାପି ଦେଶରେ କରୋନା ସଂଖ୍ୟା କମିବାର ନାଁ ଧରୁନି । ଆମ ଦେଶରେ ଅନେକ ସହରରେ ନାଇଟକର୍ଫୁ ଲାଗିଲାଣି । ଏହାରି ଭିତରରେ ଆସିଲା ବଡ ଖବର । ତାହା ହେଲା ଝାଡଖଣ୍ଡ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ସାରା ରାଜ୍ୟ ୮ ଦିନ ପାଇଁ ଲକଡାଉନ ବଳବତର ରହିବ । ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ କରାଯାଇଛି ।