ହସ୍ପିଟାଲ ପାଇଁ ଜାରି ହେଲା ଗାଇଡଲାଇନ୍

ହସ୍ପିଟାଲ ପାଇଁ ଜାରି ହେଲା ଗାଇଡଲାଇନ୍

ହସ୍ପିଟାଲ ପାଇଁ ଜାରି ହେଲା ଗାଇଡଲାଇନ୍
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ତାର କାୟା ବିସ୍ତାର କରିଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା କରୋନା ସଂକ୍ରମଣ ବଢୁଥିବାରୁ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି ହୋଇଛି । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି କଲେ ସରକାର । ମେଡିକାଲ ଯେମିତି ହଟସ୍ପଟ ନପାଲଟିବ , ସେଥିପାଇଁ କଡା ତାଗିଦ କରାଯାଇଛି । ପ୍ରତ୍ୟେକ ହସ୍ପିଟାଲ ଅଲଗା ଜ୍ୱର ଓ ଆଇସୋଲେସନ କ୍ଲିନିକ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ହସ୍ପିଟାଲ ଆସୁଥିବା ସବୁ ଲୋକଙ୍କ ସ୍କ୍ରିନିଂ କରାଯିବାକୁ କୁହାଯାଇଛି । ପର୍ଯ୍ୟାପ୍ତ ହାତଧୁଆ ବ୍ୟବସ୍ଥା ଓ ସାନିଟାଇଜର ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି ।