ଜାଣନ୍ତୁ ଶୀତରେ କେଶ ରୁପିରୁ ରକ୍ଷା ପାଇବାର ସରଳ ଉପାୟ

ଜାଣନ୍ତୁ ଶୀତରେ କେଶ ରୁପିରୁ ରକ୍ଷା ପାଇବାର ସରଳ ଉପାୟ

ଜାଣନ୍ତୁ ଶୀତରେ କେଶ ରୁପିରୁ ରକ୍ଷା ପାଇବାର ସରଳ ଉପାୟ
ଅନ୍ୟ ଋତୁ ତୁଳନାରେ ଶୀତ ଋତୁରେ କେଶ ସମସ୍ୟା ଅଧିକ ଉପୁଜିଥାଏ । ଯେପରି କେଶ ରୁପି, କେଶ ଖୁବ ପରିମାଣରେ ଝଡ଼ିବା ଇତ୍ୟାଦି । ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ କେଶର ଭଲ ଭାବେ ଯତ୍ନ ନେବା ସହ ଘରୋଇ ଉପଚାର କଲେ ଏସବୁରୁ ମୁକ୍ତି ମିଳିଥାଏ । କେଶକୁ ଭଲ ଭାବେ ସଫା ନ କଲେ କିମ୍ବା ଧୋଇବା ପରେ ଠିକ୍ରେ ନ କୁଣ୍ଡାଇଲେ, ତେଲ ନିୟମିତ କେଶମୂଳରେ ନ ଲଗାଇବା, ବିଭିନ୍ନ ପ୍ରକାର ରାସାୟନିକ ତତ୍ତ୍ୱ ଥିବା ଶାମ୍ପୁରେ କେଶ ସଫା କଲେ ବାରମ୍ବାର ହେୟାର ଡ୍ରାଏରରେ କେଶ ଶୁଖାଇବା କାରଣରୁ ହିଁ ରୁପି ସମସ୍ୟା ଉପୁଜିଥାଏ । ଆମ ଶରୀରରେ ଭିଟାମିନ ଡି ଓ ଏ’ର କମ୍ ହେବା, ମାନସିକ ଚିନ୍ତା, କୁପୋଷଣ, ସବୁବେଳେ ମୁଣ୍ଡରେ କ୍ୟାପ ପିନ୍ଧୁଥିଲେ ମଧ୍ୟ ରୁପି ହେଉଥିବାର ପ୍ରକାଶ । କେଶକୁ କଲର କରିଥିଲେ ମଧ୍ୟ ରୁପି ହୋଇଥାଏ । କାରଣ ସେହି କଲରରେ ରାସାୟନିକ ମିଶ୍ରଣ ଥାଏ । ସପ୍ତାହକୁ ୨-୩ ଥର ନଖ ଉଷୁମ ନଡ଼ିଆ ତେଲ କିମ୍ବା ସୋରିଷ ତେଲ କେଶ ମୂଳରେ ମାଲିସ କରିବା ଉଚିତ । ପ୍ରତି ୧୫ ଦିନରେ ଥରେ କେଶମୂଳକୁ ବାମ୍ଫ ଦିଅନ୍ତୁ । ଏହା ସହ ଦିନକୁ ଅତିକମ୍ରେ ୩ ଥର କେଶ ଭଲ ଭାବେ କୁଣ୍ଡାଇବା ଉଚିତ । ବାହାରକୁ ଯିବା ପୂର୍ବରୁ କେଶରେ ସ୍କାର୍ଫ ଭଲ ଭାବେ ବାନ୍ଧି ଯିବା ଆବଶ୍ୟକ । କାରଣ ଧୂଳିମଳି କେଶରେ ରହି ତାହା କାରଣରୁ ମଧ୍ୟ ରୁପି ହୋଇଥାଏ । ଶୋଇବା ସମୟରେ ଚା’ କଫି, ମୃଦୁପାନୀୟ ଇତ୍ୟାଦି ପିଇବାର ଅଭ୍ୟାସ ବନ୍ଦ କରନ୍ତୁ । ଗୋଟିଏ ଦିନରେ ୮-୧୦ ଗିଲାସ ପାଣି ପିଇବା ଉଚିତ । ଭଲ ହର୍ବାଲ ଅର୍ଗାନିକ୍ କମ୍ପାନୀର ଶାମ୍ପୁ ବ୍ୟବହାର କରିବା ସହ ସପ୍ତାହରେ ୨-୩ ଥର କେଶ ସଫା କରିବା ଉତ୍ତମ ।