ଇଣ୍ଟରନେଟ୍ ପାଇଁ ଉପବାସ ...

ଇଣ୍ଟରନେଟ୍ ପାଇଁ ଉପବାସ ...

ଇଣ୍ଟରନେଟ୍ ପାଇଁ ଉପବାସ ...
ସ୍ମାର୍ଟଫୋନ ଆସକ୍ତିରେ ୫୫% ରୁ ଅଧିକ ଲୋକ ଇଣ୍ଟରନେଟ୍ ବ୍ୟବହାର ସହ ଛନ୍ଦି ହୋଇଗଲେଣି । ପିଲାଙ୍କ ସହ ବୟସ୍କ ଓ ୪୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକ ନିୟମିତ ଭାବେ ୯ ଘଣ୍ଟା ଇଣ୍ଟରନେଟ୍ ଉପଯୋଗ କରୁଥିବାର ଏକ ସର୍ବେକ୍ଷଣରୁ ପ୍ରକାଶ । ନାମୀ କମ୍ପାନୀର ଉଚ୍ଚ ପଦରେ କାର୍ଯ୍ୟରତ ମୁଖ୍ୟ ଅଧିକାରୀମାନେ ମଧ୍ୟ ସମାନ ମତ ପୋଷଣ କରିଛନ୍ତି ଯେ ଇଣ୍ଟରନେଟ୍ ଆସକ୍ତି ସେମାନେ ନିଜେ ହିଁ ନିୟନ୍ତ୍ରଣ କରିବା ଆବଶ୍ୟକ । ଅଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର କଲେ ବିଭିନ୍ନ ରୋଗ ହେବାର ଆଶଙ୍କା ବଢ଼ିବା ସହ ଆମ ମାନସିକ ରୋଗ ମଧ୍ୟ ବଢ଼ିଥାଏ । ସାପ୍ତାହିକ ଭାବେ ନିଜ ସ୍ମାର୍ଟଫୋନ ବ୍ୟବହାରକୁ ନିୟନ୍ତ୍ରଣ କରିବା ଉଚିତ । ବର୍ତ୍ତମାନ ସମୟରେ ଏହାକୁ ‘ଇଣ୍ଟରନେଟ୍ ଫାଷ୍ଟିଙ୍ଗ’ ନାମ ଦିଆଯାଇଛି । ବିଶେଷଜ୍ଞଙ୍କ ମତରେ ଯେପରି ସପ୍ତାହକୁ ଥରୁଟିଏ ଉପବାସ କରିବା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ଠିକ୍ ସେହିପରି ସପ୍ତାହକୁ ଦିନଟିଏ ଇଣ୍ଟରନେଟ୍ ବ୍ୟବହାର ନ କଲେ ମଧ୍ୟ ଆମକୁ ମାନସିକ ଶକ୍ତି ମିଳିବ । ସେଇ ସମୟ ନିଜ ପରିବାର ସହ ଖୁସିରେ ଅତିବାହିତ କରିବା ଉଚିତ । କିଛି ବର୍ଷ ତଳେ ହ୍ୱାଟସ ଆପ୍ ଗ୍ରୁପ ନଥିଲା କିମ୍ବା କୌଣସି ସୋସିଆଲ ସାଇଟ୍ର କ୍ଷିପ୍ର ବେଗରେ ସମ୍ବାଦ ପ୍ରଚାର ସୁବିଧା ନଥିଲେ, ଏହା ସତ୍ତ୍ୱେ ଜୀବନର ଗତିରେ କୌଣସି ଅସୁବିଧା ଉପୁଜୁନଥିଲା । ଇଣ୍ଟରନେଟ୍ ଆସକ୍ତି କାରଣରୁ ଦୈନନ୍ଦିନ ଜୀବନଚର୍ଯ୍ୟା ମଧ୍ୟ ବିପର୍ଯ୍ୟସ୍ତ ହେଉଛି । ସମୟକ୍ରମେ ଲୋକେ ଏହାକୁ ଅନୁଭବ କଲେଣି ।