ଜୋର୍ଡାନର ଯୁବରାଜ ହମାଜଙ୍କ ସମ୍ପର୍କରେ ଖବର ପ୍ରସାରଣ ନିଷିଦ୍ଧ

ଜୋର୍ଡାନର ଯୁବରାଜ ହମାଜଙ୍କ ସମ୍ପର୍କରେ ଖବର ପ୍ରସାରଣ ନିଷିଦ୍ଧ

ଜୋର୍ଡାନର ଯୁବରାଜ ହମାଜଙ୍କ ସମ୍ପର୍କରେ ଖବର ପ୍ରସାରଣ ନିଷିଦ୍ଧ
ଅମ୍ମାନ: ଜୋର୍ଡାନର ଯୁବରାଜ ହମାଜଙ୍କ ସମ୍ପର୍କରେ ଖବର ପ୍ରସାରଣକୁ ନିଷିଦ୍ଧ କରାଯାଇଛି । ହମାଜଙ୍କ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ଗଣମାଧ୍ୟମରେ କୌଣସି ଖବର ପ୍ରସାରଣ କରାଯାଇପାରିବ ନାହିଁ ବୋଲି ଜୋର୍ଡାନ ସରକାର କହିଛନ୍ତି । ଦେଶରେ ଅସ୍ଥିରତା ସୃଷ୍ଟି କରିବା ଅଭିଯୋଗରେ ହମାଜଙ୍କୁ ସୋମବାରଠାରୁ ଗୃହବନ୍ଦୀ ଭାବେ ରଖାଯାଇଛି । ଯୁବରାଜ ହମାଜ ହେଉଛନ୍ତି ରାଜା ଅବଦୁଲ୍ଲାଙ୍କ ସାବତ ଭାଇ । ଭାଇ ଅବଦୁଲ୍ଲାଙ୍କୁ ହଟାଇବା ପାଇଁ ସେ ଷଡଯନ୍ତ୍ର କରିଥିଲେ । ଜୋର୍ଡାନ ସରକାରଙ୍କ ଏହି ନିଷ୍ପତ୍ତି ସାଉଦି ଆରବ ସରକାର ସମର୍ଥନ କରିଛନ୍ତି ।