ଭସାଣି ବେଳେ ୭ ମୃତ

ଭସାଣି ବେଳେ ୭ ମୃତ

ଜୟପୁର : ଜାକଜମକରେ ଆୟୋଜିତ ହୋଇଥିଲା ମା’ ଦୁର୍ଗାଙ୍କ ଭସାଣୀ ଉତ୍ସବ । ତେବେ ଏଇ ଉତ୍ସବଯେ, ସେମାନଙ୍କ ଶେଷ ଉତ୍ସବ ହେବ ଏହା କେହିବି ଭାବିନଥିଲେ । ଭସାଣୀ ବେଳେ ନଦୀରେ ବୁଡ଼ିଯାଇ ୭ ଜଣଙ୍କର ମୃତୁ୍ୟ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ରାଜସ୍ଥାନର ଢେ଼ାଲପୁରରେ ଦେଖିବାକୁ ମିଳିଛି । ମଙ୍ଗଳବାରଠାରୁ ଢେ଼ାଲପୁର ଅଂଚଳରେ ଭସାଣୀ ଉତ୍ସବ ଆରମ୍ଭ ହୋଇଯାଇଥିଲା । ପାର୍ବତୀ ନଦୀର ଦୁଇଟି ସ୍ଥାନରେ ଦେବୀଙ୍କ ପ୍ରତିମା ବିସର୍ଜନର ବ୍ୟବସ୍ଥା କରାଯାଇଥିଲା । ତେବେ ଭସାଣୀ ବେଳେ ୧୦ ଜଣ ନଦୀ ସୁଅରେ ଭାସି ଯାଇଥିଲେ । ତେବେ ବହୁ ଖୋଜାଖୋଜି ପରେ ବି ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇପାରିନାହିଁ । ବରଂ ଚମ୍ବଲ ନଦୀରେ ୪ ଜଣଙ୍କର ମୃତ ଦେହ ଠାବ କରାଯାଇଥିବାବେଳେ ୍ରଅନ୍ୟ ସ୍ଥାନରୁ ୩ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ପୁଲିସ ଓ ସ୍ଥାନୀୟ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।