କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ : ପିତ୍ରୋଡ଼ାଙ୍କ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ : ପିତ୍ରୋଡ଼ାଙ୍କ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ : ପିତ୍ରୋଡ଼ାଙ୍କ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା କଂଗ୍ରେସ ସଭାପତି ପଦରେ କାହାକୁ ଅସୀନ କରାଯିବ ସେ ନେଇ କଂଗ୍ରେସ ଏବେ ବି ଦ୍ୱନ୍ଦ୍ୱରେ ରହିଛି । ସଂସଦର ମୌସୁମୀ ଅଧିବେଶନ ପରେ କଂଗ୍ରେସ ୱାର୍କିଂ କମିଟି ବୈଠକ ହେବ ବୋଲି ସୂଚନା ମିଳିଛି । ତେବେ କଂଗ୍ରେସର ପୁନରୁଦ୍ଧାର ପାଇଁ ସାମ୍ ପିତ୍ରୋଡ଼ା ଏବେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଏବଂ ଏଥିରେ ୨୦ଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି । ଏହି ରିପୋର୍ଟକୁ ୨ ସପ୍ତାହ ପୂର୍ବରୁ ସେ ଉପସ୍ଥାପନ କରିଥିବା କୁହାଯାଇଛି । ଦଳକୁ ସମ୍ପୂର୍ଣ୍ଣ ଭାବେ କର୍ପୋରେଟ ସଂସ୍କୃତିରେ ଚଳାଇବାକୁ ପିତ୍ରୋଡ଼ା ଗୁରୁତ୍ୱାରୋପ କରିଛନ୍ତି । ଦଳର ପ୍ରତ୍ୟେକ ପଦାଧିକାରୀଙ୍କ କାର୍ଯ୍ୟ ଏବଂ ଉତ୍ତର ଦାୟିତ୍ୱ ନିର୍ଦ୍ଧାରଣ କରାଯିବାକୁ ମଧ୍ୟ କୁହାଯାଇଛି । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ । ତାଙ୍କୁ ଏବେ ବି ମନାଇବାକୁ ଦଳର ବରିଷ୍ଠ ନେତାମାନେ ପ୍ରୟାସ ଜାରି ରଖିଛନ୍ତି ।