ଡିଜିଟାଲ ଉଦ୍ୟାନ

ଡିଜିଟାଲ ଉଦ୍ୟାନ

ଡିଜିଟାଲ ଉଦ୍ୟାନ
ଦେଶର ପ୍ରଥମ ଡିଜିଟାଲ ଉଦ୍ୟାନ କେରଳଠାରେ ପ୍ରତିଷ୍ଠିତ ହେଉଛି । ରାଜଭବନସ୍ଥିତ ୨୧ ଏକର ଅଞ୍ଚଳରେ ଥିବା କନକହୁନ୍ତୁ ଉଦ୍ୟାନରେ ଥିବା ଗଛଗୁଡ଼ିକୁ କ୍ୟୁଆର କୋଡ ଦିଆଯାଉଛି । ଫଳରେ ସ୍ମାର୍ଟଫୋନ ଦ୍ୱାରା ଏହି କୋଡକୁ ସ୍କାନ କରି ଏହା ସମ୍ପର୍କରେ ସମସ୍ତ ତଥ୍ୟ ଯଥା ଗଛର ପ୍ରଜାତି, ବୟସ, ଉଦ୍ଭିଦ ଭିଜ୍ଞାନରେ ଏହାର ନାମ ପ୍ରଚଳିତ ନାମ, ଫୁଲ ଓ ଫଳ ଧରିବା ଋତୁ, ଚିକିତ୍ସା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଏହାର ବ୍ୟବହାର ଆଦି ସମ୍ପର୍କରେ ଜାଣିହେବ । ବଗିଚାରେ ପ୍ରାୟ ୧୨୬ଟି ପ୍ରଜାତିର ହଜାରେରୁ ଊଦ୍ଧ୍ୱର୍ ଗଛ ଥିବା ବେଳେ ଏଗୁଡ଼ିକୁ ଡିଜିଟାଲ ଫର୍ମାଟରେ ପରିଚିତ କରାଯାଇଛି । କେରଳ ବିଶ୍ୱ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପ୍ରଫେସର ଏବଂ ଛାତ୍ରଛାତ୍ରୀ ଏହି କାମରେ ଲାଗିଛନ୍ତି । ଦିଲ୍ଲୀର ଲୁଟିଅନ୍ସ ଜୋନ୍ ସ୍ଥିତ ଲୋଧି ଗାର୍ଡେନରେ ପ୍ରଥମେ ଶତାଧିକ ଗଛରେ କ୍ୟୁଆର କୋଡ ଲଗାଯାଇଥିଲା । ଏଥି ମଧ୍ୟରୁ କେତେକ ଗଛର ବୟସ ଶହେ ବର୍ଷରୁ ଅଧିକ ହେବ । ଆମେରିକା ଏବଂ ଜାପାନ ପରି ଦେଶରେ ଗଛ ଗୁଡ଼ିକରେ କ୍ୟୁଆର କୋଡ଼ ବା ମାଇକ୍ରୋ ଚିପ୍ ଲଗାଇବା ଅନିବାର୍ଯ୍ୟ ।