ଥାଇଲାଣ୍ଡରେ ମତ୍ସ୍ୟଜୀବୀଙ୍କୁ ମିଳିଲା ୨ କୋଟିର ମୋତି

ଥାଇଲାଣ୍ଡରେ ମତ୍ସ୍ୟଜୀବୀଙ୍କୁ ମିଳିଲା ୨ କୋଟିର ମୋତି

ଥାଇଲାଣ୍ଡରେ ମତ୍ସ୍ୟଜୀବୀଙ୍କୁ ମିଳିଲା ୨ କୋଟିର ମୋତି
କୁହାଯାଏ ଯେ ଯେତେବେଳେ ଭାଗ୍ୟଦେବୀ କାହା ଉପରେ ପ୍ରସନ୍ନ ହୁଅନ୍ତି, ସେତେବେଳେ ସେ ରଙ୍କରୁ ରାଜା ପାଲଟି ଯାଆନ୍ତି । ଥାଇଲାଣ୍ଡରୁ ସେଭଳି ଏକ ଖବର ସାମ୍ନାକୁ ଆସିଛି । ସେଠାକାର ଜଣେ ମତ୍ସ୍ୟଜୀବୀ ନିକଟରେ ଏଭଳି ସୌଭାଗ୍ୟର ଅଧିକାରୀ ହୋଇଛନ୍ତି । ସମୁଦ୍ର କୂଳରୁ ତାଙ୍କୁ ୭.୬୮ ଗ୍ରାମ ଓଜନ ବିଶିଷ୍ଟ କମଳା ରଙ୍ଗର ଏକ ବିରଳ ମୋତି ମିଳିଛି ତାର ମୂଲ୍ୟ ପ୍ରାୟ ୨ କୋଟି ରୁ ଊଦ୍ଧ୍ୱର୍ ହେବ । ଜାନୁଆରୀ ୨୭ ତାରିଖରେ ହାଟଚାଇ ନାୟୋମଦେଚା (୩୭) ଏବଂ ତାଙ୍କ ଭାଇ ୱୋରାଚାଟ ନାୟୋମଦେଚା (୩୫) ଥାଇଲାଣ୍ଡର ନାଖନ ସି ଥାମାରାଟ ନିକଟରେ ସମୁଦ୍ରକୂଳରେ ବୁଲୁଥିଲେ । ଅଚାନକ ହାଟରାଇଙ୍କ ନଜର ଏକ ପପରିତ୍ୟକ୍ତ ଭେଳା ଉପରେ ପଡ଼ିଲା । ତାହା ଶାମୁକାପୂର୍ଣ୍ଣ ଥିଲା । ଖାଇବା ଲାଗି ଯୋଜନା କରି ସେଥିରୁ ସେ ୩ଟି ଶାମୁକା ଆଣି ଘରକୁ ଫେରିଲେ । ତେବେ ଶାମୁକା ଗୁଡ଼ିକୁ ସଫା କରିବା ସମୟରେ ତାଙ୍କ ବାପା ସେଥି ମଧ୍ୟରୁ ଗୋଟିଏ ଶାମୁକା ଭିତରେ ଏକ କମଳା ରଙ୍ଗର ମୋତି ଥିବା ଦେଖିଲେ । ମୋତିର ଚମକକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ତାହା ବିରଳ ମୋତି ବୋଲି ସେ ଜାଣିପାରିଲେ । ସେହି ମୋତିକୁ ହାଟଚାଇ ଉଚ୍ଚା ଦରରେ ବିକି୍ର କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ୩ ଜଣ ବ୍ୟାପାରୀଙ୍କ ସହ କଥା ହୋଇଛନ୍ତି । ସବୁକିଛି ଠିକ ରହିଲେ ୨ କୋଟି ଟଙ୍କାରେ ମୋତିଟିକୁ ବିକି୍ର କରାଯିବ ।