ବୟସ୍କ ଲୋକଙ୍କ ପାଇଁ ଆସିବ ମଧ୍ୟାହ୍ନ ଭୋଜନ ଯୋଜନା
ବୟସ୍କ ଲୋକଙ୍କ ପାଇଁ ଆସିବ ମଧ୍ୟାହ୍ନ ଭୋଜନ ଯୋଜନା
admin
Feb 8, 2021 - 11:37
Updated: Feb 8, 2021 - 11:37
ନୂଆଦିଲ୍ଲୀ: ଭାରତରେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ୁଥିଲା ବେଳେ ଅଧିକାଂଶ ଲୋକ ଏହି ଅବସ୍ଥାରେ ଅସହାୟ ହୋଇଯାଉଛନ୍ତି । କିଛି ବୟସ୍କ ଲୋକ ନିଜ ପରିବାର ସଦସ୍ୟଙ୍କ ଦ୍ୱାରା ହତାଦରର ଶିକାର ହୋଇ ଜରା ନିବାସରେ ରହୁଥିବା ବେଳେ ଆଉ କିଛି ଲୋକ ଅସହାୟ ହୋଇ ବୁଲୁଛନ୍ତି । ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ଆକଳନ ଅନୁଯାୟୀ ଭାରତରେ ୨୦୫୦ ମସିହା ସୁଦ୍ଧା ଏହି ବୟସର ଲୋକଙ୍କ ସଂଖ୍ୟା ୩୦୦ ନିୟୁତରେ ପହଞ୍ଚିବ । ତେଣୁ ସରକାର ଏବେ ଏହି ବର୍ଗର ଲୋକଙ୍କ ପାଇଁ ସାମାଜିକ କଲ୍ୟାଣ ଯୋଜନା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସରକାର ଏବେ ବୟସ୍କ ଲୋକଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଲାଗୁ କରିବାକୁ ସ୍ଥିର କରିଛନ୍ତି । ତା ସହିତ ଏହି ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଉପôାଦ ଓ ସେବା ଉପଲବ୍ଧ କରାଇବା ପାଇଁ ସରକାର ଷ୍ଟାର୍ଟ ଅପ ମାନଙ୍କୁ ବି ସହାୟତା କରିବେ । ଆହୁରି ମଧ୍ୟ, କିଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବି ଏହି ବର୍ଗର ଲୋକଙ୍କ ଦକ୍ଷତା ବୃଦ୍ଧି କରିବା ସହିତ ସେମାନଙ୍କୁ କିଛି ଗଠନ ମୂଳକ କିମ୍ବା ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ କରିବା ଦାୟିତ୍ୱ ଦିଆଯିବ । ସରକାର ଏଥିପାଇଁ ୫ ବର୍ଷିଆ ଯୋଜନା ଲାଗୁ କରିବେ ।