ପୁଣି ଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନାଭିସ୍

ପୁଣି ଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନାଭିସ୍

ପୁଣି ଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନାଭିସ୍
ମୁମ୍ବାଇ: କ୍ରମାଗତ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍। ଏଥିସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାଓ୍ବାର। ଫଳରେ ମହାରାଷ୍ଟ୍ରରେ ବିଜେପି ଓ ଏନସିପି ମିଶି ସରକାର ଗଠନ କରିଛନ୍ତି। ଆଜି ଦେବେନ୍ଦ୍ରଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ଶପଥ ଗ୍ରହଣ କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍। ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ସ୍ଥାୟୀ ସରକାର ଦରକାର ଅଛି। ଖେଚୁଡି ସରକାର ନୁହେଁ ବୋଲି କହିଛନ୍ତି ଦେବେନ୍ଦ୍ର। ଜନତା ସ୍ପଷ୍ଟ ବହୁମତ ଦେଇଥିଲେ ସେଥିପାଇଁ ଜନତାଙ୍କୁ ସମ୍ମାନ ଦେବା ଉଚିତ୍‌ ବୋଲି କହିଛନ୍ତି ଦେବେନ୍ଦ୍ର। ଏଥିସହିତ ଶିବସେନାକୁ ଟାର୍ଗେଟ କରି କହିଛନ୍ତି ଯେ, ଶିବସେନା ଜନାଦେଶକୁ ଅପମାନିତ କରିଛି। କେବଳ ଶିବସେନା ଯୋଗୁଁ ରାଜ୍ୟରେ ଏଭଳି ସ୍ଥିତି ଉପୁଜିଛି। ମହାରାଷ୍ଟ୍ର ଭଳି ଆଗୁଆ ରାଜ୍ୟରେ ରାଷ୍ଟ୍ରପତି ଶାସନ ଶୋଭନୀୟ ଲାଗୁନି ବୋଲି କହିଛନ୍ତି ଦେବେନ୍ଦ୍ର।