ଆଜି କଂଗ୍ରେସର ଭାରତ ବଞ୍ଚାଅ ସମାବେଶ

ଆଜି କଂଗ୍ରେସର ଭାରତ ବଞ୍ଚାଅ ସମାବେଶ

ଆଜି କଂଗ୍ରେସର ଭାରତ ବଞ୍ଚାଅ ସମାବେଶ
ଭୁବନେଶ୍ବର: ଅର୍ଥନୈତିକ ମାନ୍ଦାବସ୍ଥା, ଉତ୍କଟ ବେକାରୀ ସମସ୍ୟା, ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଓ କେନ୍ଦ୍ର ସରକାରଙ୍କ କୃଷିମାରଣ ନୀତି ବିରୋଧରେ ଆଜି ଏକ ବିରାଟ ପ୍ରତିବାଦ ସଭା କରିବ କଂଗ୍ରେସ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ଏହି ପ୍ରତିବାଦ ସଭା। ପ୍ରତିବାଦ ପରେ ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବ କଂଗ୍ରେସ। ଏଥିରେ ଏଆଇସିସି ପର୍ଯ୍ୟବେକ୍ଷକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀପା ଦାସ ମୁନ୍ସୀ ମଧ୍ୟ ଯୋଗଦେବେ । ତେବେ ଦୀପା ଦାସ ମୁନ୍ସୀ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ପହଂଚିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଛନ୍ତି।