ନେତାଜୀଙ୍କ ନାମରେ ନାମିତ ହେବ ୧୦୬୩ ଆବାସିକ ସ୍କୁଲ, ହଷ୍ଟେଲ

ନେତାଜୀଙ୍କ ନାମରେ ନାମିତ ହେବ ୧୦୬୩ ଆବାସିକ ସ୍କୁଲ, ହଷ୍ଟେଲ

ନେତାଜୀଙ୍କ ନାମରେ ନାମିତ ହେବ ୧୦୬୩ ଆବାସିକ ସ୍କୁଲ, ହଷ୍ଟେଲ
ନୂଆଦିଲ୍ଲୀ: ସମଗ୍ର ଶିକ୍ଷା ଯୋଜନାରେ ପରିଚାଳିତ ହେଉଥିବା ସମସ୍ତ ଆବାସିକ ସ୍କୁଲ ଓ ହଷ୍ଟେଲ ଗୁଡ଼ିକ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଦେଶରେ ୩୮୩ଟି ଆବାସିକ ସ୍କୁଲ ଓ ୬୮୦ଟି ହଷ୍ଟେଲ ଚାଲୁଛି । ସମଗ୍ର ଶିକ୍ଷା ଯୋଜନାକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ସ୍କୁଲ ବୋଲି ନାମିତ କରାଯିବ ବୋଲି ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ଯୋଜନାରେ ପରିଚାଳିତ ସ୍କୁଲ ଓ ହଷ୍ଟେଲଗୁଡ଼ିକରେ ନିୟମିତ ପାଠପଢ଼ା ସହିତ ଶିକ୍ଷାର୍ଥୀଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଦକ୍ଷତା ବିକାଶ ପ୍ରଶିକ୍ଷଣ, ଆତ୍ମସୁରକ୍ଷା ପ୍ରଶିକ୍ଷଣ, ସ୍ୱାସ୍ଥ୍ୟ ପରୀକ୍ଷା ଓ ମାସିକ ଭତ୍ତା ପ୍ରଦାନ କରାଯାଉଛି । ନେତାଜୀଙ୍କର ୧୨୫ ତମ ଜୟନ୍ତୀକୁ ବର୍ଷ ତମାମ ପାଳନ କରାଯିବ ।