ଦଶହରା ପାଇଁ ଆରପିଏଫ ଜାରି କଲା ନିଦେ୍ର୍ଧଶାବଳୀ, ଛେପ ପକାଇଲେ ଗଣିବେ ତଣ୍ଡ

ଦଶହରା ପାଇଁ ଆରପିଏଫ ଜାରି କଲା ନିଦେ୍ର୍ଧଶାବଳୀ, ଛେପ ପକାଇଲେ ଗଣିବେ ତଣ୍ଡ

ଦଶହରା ପାଇଁ ଆରପିଏଫ ଜାରି କଲା ନିଦେ୍ର୍ଧଶାବଳୀ, ଛେପ ପକାଇଲେ ଗଣିବେ ତଣ୍ଡ
ଭୁବନେଶ୍ୱର: ଦଶହରାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ଅକ୍ଟୋବର ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ୧୯୬ ଯୋଡ଼ା ତଥା ୩୯୨ଟି ଫେଷ୍ଟିଭାଲ ସ୍ପେସାଲ’ଟ୍ରେନ ଚଳାଚଳ କରିବ । ସେଥିମଧ୍ୟରୁ ପୂର୍ବତଟ ରେଳପଥରେ ୫୨ଟି ଟ୍ରେନ ଚାଲିବ । ଏହି ଫେଷ୍ଟିଭାଲ ସ୍ପେସାଲ ଟ୍ରେନ ପାଇଁ ଯାତ୍ରୀ ଭଡ଼ା ସ୍ୱତନ୍ତ୍ର ଟ୍ରେନ ପାଇଁ ଉଦ୍ଧିଷ୍ଟ ଭଡ଼ା ଆଧାରରେ ହେବ । ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ଦୃଷ୍ଟିରେ ରଖି କୋଭିଡ କଟକଣା କଡ଼ାକଡ଼ି ପାଳନ କରିବାକୁ ରେଳମନ୍ତ୍ରାଳୟ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ତାହାକୁ ଦୃଷ୍ଟିରେ ରଖି ଆରପିଏଫ (ରେଲୱେ ସୁରକ୍ଷା ବଳ) ପକ୍ଷରୁ ନିଦେ୍ର୍ଧଶାବଳୀ ଜାରି କରାଯାଇଛି । କରୋନା କଟକଣା ଭିତରେ ଯାତ୍ରୀଙ୍କୁ ରେଲୱେ ଷ୍ଟେସନ ଓ ଟ୍ରେନରେ ଯିବାକୁ ପଡ଼ିବ । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମାସ୍କ ପିନ୍ଧି ନଥିବା, ସାମାଜିକ ଦୂରତା ରକ୍ଷା କରୁନଥିବା, କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ମଧ୍ୟ ଷ୍ଟେସନ କିମ୍ବା ଟ୍ରେନରେ ଯାତ୍ରା କରୁଥିବା କରୋନା ଭୂତାଣୁ ଯାଞ୍ଚ ଲାଗି ନମୁନା ଦେଇ ରିପୋର୍ଟକୁ ଅପେକ୍ଷା କରି ଥିବା ଯାତ୍ରୀ ଯଦି ରେଲୱେ ଅଞ୍ଚଳ, ଷ୍ଟେସନ ତଥା ଟ୍ରେନରେ ଯାତ୍ରା କରୁଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ବ୍ୟତୀତ ରେଲୱେ ଷ୍ଟେସନରେ ସ୍ୱାସ୍ଥ୍ୟ ଯାଞ୍ଚ ଟିମ ଦ୍ୱାରା ବାରଣ ପରେ ମଧ୍ୟ ଯଦି ଟ୍ରେନରେ ଯାତ୍ରା କରିବେ ସର୍ବସାଧାରଣ ସ୍ଥାନରେ ଯଦି ଛେପ କିମ୍ବା ଶରୀରର ଝାଳ ଲାଳ ପକାଇବେ, ରେଲୱେ ଷ୍ଟେସନ ଓ ଟ୍ରେନକୁ ଅପରିଷ୍କାର କରିବେ ତେବେ ରେଲୱେ ଆଇନ ୧୯୮୯ ସେକ୍ସନ ୧୪୫, ୧୫୩ ଓ ୧୫୪ ଅନୁଯାୟୀ ଜରିମାନା ଆଦାୟ ସହ ଜେଲ ଦଣ୍ଡ ହେବାର ସମ୍ଭାବନା ରହିଛି ।