ଦିଲ୍ଲୀରୁ ଫେରିଲେ ଦାମ

ଦିଲ୍ଲୀରୁ ଫେରିଲେ ଦାମ

ବିଜେପିରେ ସାମିଲ ହେବା ପରେ ଡକ୍ଟର ଦାମୋଦର ରାଉତ ଆଜି ଓଡିଶା ଫେରିଛନ୍ତି । ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଂଚିଲେ ଦାମୋଦର ରାଉତ । ଏହି ଅବସରରେ ଦଳ ପକ୍ଷରୁ ସ୍ୱାଗତ କରିବା ପାଇଁ ଏକ ଭବ୍ୟ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ଦାମ । ଦାମ କହିଛନ୍ତି ଯେ ନବୀନ ସରକାରର ଅବସାନ ଘଟାଇବା ପାଇଁ ତାଙ୍କର ପ୍ରୟାସ । ବିଜେପି ନେତୃତ୍ୱରେ ଓଡିଶାବାସୀ ଏ ଦୁର୍ନୀତି ଓ ଅପଶାସନରୁ ମୁକ୍ତ ପାଇପାରିବେ । ରାଜ୍ୟର ଲୋକେ ଏଥିପାଇଁ ସହଯୋଗ କରିବେ ବୋଲି ସେ ଆଶା ବାନ୍ଧିଛନ୍ତି ।ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ବିଜେପି କାର୍ୟ୍ୟାଳୟ ନିଆଯାଇଛି । ରାଜ୍ୟ ବିଜେପି କାର୍ୟ୍ୟାୟଳରେ ଦାମୋଦର ରାଉତଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ମଧ୍ୟ ବିଶେଷ ଆୟୋଜନ କରାଯାଇଛି । ଏହି ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ସମ୍ବର୍ଦ୍ଧନା ଜଣାଇବେ ।