ଦେଶରେ ପ୍ରଥମ; ଓପିଏସ୍‌ସି ୱେବ୍ ପୋର୍ଟାଲ୍ ଉଦ୍‌ଘାଟିତ

ଦେଶରେ ପ୍ରଥମ; ଓପିଏସ୍‌ସି ୱେବ୍ ପୋର୍ଟାଲ୍ ଉଦ୍‌ଘାଟିତ

ଦେଶରେ ପ୍ରଥମ; ଓପିଏସ୍‌ସି ୱେବ୍ ପୋର୍ଟାଲ୍ ଉଦ୍‌ଘାଟିତ
କଟକ : ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ଆରମ୍ଭ କରାଯାଇଛି । ଆୟୋଗର ସମସ୍ତ ନିଯୁକ୍ତି ପ୍ରକ୍ରିୟାକୁ ଏହି ପୋର୍ଟାଲରେ (ଙ୍ଗଙ୍ଗଙ୍ଗ.କ୍ଟକ୍ଟ୍ରଗ୍ଦମ.ଶକ୍ଟଙ୍ଖ.ସଦ୍ଭ) ଛଡାଯିବ । ବିଭିନ୍ନ ନିଯୁକ୍ତର ବିଜ୍ଞାପନ, ପରୀକ୍ଷା, ଉତ୍ତର ଖାତା ମୂଲ୍ୟାଙ୍କନ, ଫଳ ପ୍ରକାଶରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବା ପାଇଁ ଏହି ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ୫-ଟି ଲାଗୁ ହେବାପରେ ଆୟୋଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । କମ୍ପରେହେନ୍‌ସିଭ୍ ସିଲେକ୍ସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ସିଏସ୍‌ଏମ୍‌ଏସ୍‌) ସାହାଯ୍ୟରେ ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ପୋର୍ଟାଲରେ ନିଯୁକ୍ତି ପ୍ରକ୍ରିୟାରେ କମ୍ ସମୟ ଲାଗିବ । ପରୀକ୍ଷାର୍ଥୀ ଏହି ପୋର୍ଟାଲରେ ଥରେ ନାମ ପଞ୍ଜୀକରଣ କଲେ ଆୟୋଗଙ୍କ ତରଫରୁ ଏକ ସ୍ଥାୟୀ ଆକାଉଣ୍ଟ ନମ୍ବର (ପିପିଏସ୍‌ଏଏନ୍‌) ପ୍ରଦାନ କରାଯିବ । ସ୍ଥାୟୀ ଆକାଉଣ୍ଟ ନମ୍ବର ବ୍ୟବହାର କରି ପରୀକ୍ଷାର୍ଥୀ ଓପିଏସସି ଦ୍ୱାରା ପରିଚାଳିତ ଯେ କୌଣସି ପରୀକ୍ଷା ଦେଇ ପାରିବେ । ଥରେ ଆକାଉଣ୍ଟ ନମ୍ବର ଲଗ୍‌ଇନ୍ କଲେ ପରୀକ୍ଷାର୍ଥୀଙ୍କର ସମସ୍ତ ତଥ୍ୟ ଆୟୋଗଙ୍କ ନିକଟକୁ ଆସିଯିବ । ଏହା ସହିତ ଉତ୍ତର ଖାତା ମୂଲ୍ୟାଙ୍କନର ଏକ ସପ୍ତାହ ମଧ୍ୟରେ ଛାତ୍ରଛାତ୍ରୀ ଏହାର ନକଲ ଏହି ୱେବ୍ ପୋର୍ଟାଲରେ ପାଇପାରିବେ । ଏପରି ବ୍ୟବସ୍ଥା ଭାରତରେ ପ୍ରଥମ କରି ଓଡ଼ିଶା ଲୋକସେବା ଆୟୋଗ ବ୍ୟବହାର କରିଥିବା ଆୟୋଗ ପକ୍ଷରୁ ଦାବି କରାଯାଇଛି । ଉଲ୍ଲେଖଯୋଗ୍ୟ, ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗରେ ଖାଲି ଥିବା ପଦବି ସଂଖ୍ୟା, ସଂରକ୍ଷଣ, ନିଯୁକ୍ତିର ନିୟମ, ବିଜ୍ଞାପନ, ପଞ୍ଜୀକରଣ, ପରୀକ୍ଷା କେନ୍ଦ୍ର, ଅନ୍ ଲାଇନ୍ ପ୍ରଶ୍ନ ଆଦି ପ୍ରସ୍ତୁତ କରିବାରେ ରାଜ୍ୟ ସରକାର ଓ ଆୟୋଗଙ୍କ ପାଇଁ ଦୀର୍ଘ ସମୟ ଲାଗିଥାଏ । ମାତ୍ର ଏହି ଡିଜିଟାଲ ପ୍ଲାଟଫର୍ମରେ କମ୍ ସମୟରେ ସବୁ କିଛି ହୋଇପାରିବ । ଆୟୋଗଙ୍କ କାର୍ଯ୍ୟାଳୟରେ ଅଧ୍ୟକ୍ଷଙ୍କ ଓଏସଡି ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆୟୋଗର ଅଧ୍ୟକ୍ଷ ବ୍ରିଗେଡିୟର ଲକ୍ଷ୍ମୀ ଚରଣ ପଟ୍ଟନାୟକ ୱେବ୍ ପୋର୍ଟାଲକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ କୁମୁଦ ଚନ୍ଦ୍ର ମଲ୍ଲିକ, ଯୁଗ୍ମ ସଂପାଦକ ସତ୍ୟବ୍ରତ ରାୟ, ଡେପୁଟି ସେକ୍ରେଟାରି ଯୁଧିଷ୍ଠିର ନାୟକ, ମୈତ୍ରୀ ଭଟ୍ଟାଚାର୍ଯ୍ୟ, ଶ୍ରୀପ୍ରକାଶ ପାଣି, ଅନୁରାଗ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।