ଦୁଷ୍କର୍ମ,ହତ୍ୟା ମାମଲାରେ ଫାଶି

ଦୁଷ୍କର୍ମ,ହତ୍ୟା ମାମଲାରେ ଫାଶି

ଦୁଷ୍କର୍ମ,ହତ୍ୟା ମାମଲାରେ ଫାଶି
ବାରିପଦା: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଯୁବକ ଜାମିନୀକାନ୍ତ ମହାନ୍ତଙ୍କୁ ଆଜି ଏଡିଜେ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ଏହି ଦଣ୍ଡାଦେଶ ପରେ ପୀଡ଼ିତାଙ୍କ ପରିବାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଜୁନ ମାସରେ ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ଅଂଚଳରେ ରଜ ଦୋଳି ଖେଳାଇବା ବାହାନା କରି ସ୍ଥାନୀୟ ଯୁବକ ନାବାଳିକାକୁ ଟେକି ନେଇ ଯାଇଥିଲା । ନାବାଳିକାକୁ ଟେକି ନେଇ ରାସ୍ତାରେ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଫେରାର ହୋଇଯାଇଥିଲା । ନାବାଳିକାଙ୍କ ପରିବାର ଲୋକ ଖବର ପାଇବା ପରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।