ମାନସ ହେଲେ ମିଡ଼ିଆ ଓ ଲୋକସମ୍ପର୍କ ଉପଦେଷ୍ଟା

ମାନସ ହେଲେ ମିଡ଼ିଆ ଓ ଲୋକସମ୍ପର୍କ ଉପଦେଷ୍ଟା

ମାନସ ହେଲେ ମିଡ଼ିଆ ଓ ଲୋକସମ୍ପର୍କ ଉପଦେଷ୍ଟା
ଭୁବନେଶ୍ୱର : ରାଜ୍ୟ ସରକାର ଯୁବ ନେତା ମାନସ ରଂଜନ ମଙ୍ଗରାଜଙ୍କୁ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ମଙ୍ଗରାଜ ବିଜୁ ଜନତା ଦଳର ମିଡ଼ିଆ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ଗତ ସାଧାରଣ ନିର୍ବାଚନରେ ସେ ଦକ୍ଷତାର ସହ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ । ଶ୍ରୀ ମଙ୍ଗରାଜ ଜଣେ ଦକ୍ଷ ସାମ୍ବାଦିକ ଭାବେ ମଧ୍ୟ ପରିଚିତ । ସେ ସାମ୍ବାଦିକତା କରୁଥିବାବେଳେ ବହୁ ଭଲ ଭଲ ରିପୋର୍ଟ କରି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲେ । ରାଜନୀତିରେ ସେ ପାଦ ଥାପିବା ପରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । କିନ୍ତୁ ପରେ ଶ୍ରୀ ମଙ୍ଗରାଜ ନବୀନଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟଯେ, ବିଜେଡ଼ି ଏବେ ନିଜର ସାଂଗଠନିକ ଶକ୍ତିକୁ ସୁଦୃଢ଼ କରିବା ପାଇଁ ଯୋଜନା କରିଛି । ଆଗାମୀ ସପ୍ତାହରୁ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଯୋଜନା ବୋଡର଼୍ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ପରେ ଦଳର ଛାମୁଆ ନେତାମାନଙ୍କୁ ବିଭିନ୍ନ ନିଗମ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଖୁବଶୀଘ୍ର ଛାମୁଆ ସଂଗଠନର ମୁଖିଆଙ୍କୁ ମଧ୍ୟ ବିଜେଡ଼ି ନିଯୁକ୍ତି ଦେବବୋଲି ଜାଣିବାକୁ ମିଳିଛି ।