ଦେଶରେ ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଲା

ଦେଶରେ ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଲା

ଦେଶରେ ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଲା
ନୂଆଦିଲ୍ଲୀ : ଚୀନ୍‌ ଦେଶରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଭାରତରେ କାୟା ବିସ୍ତାର କରିଚାଲିଛି । ଇତିମଧ୍ୟରେ ଭାରତରେ ଲକ୍ଷେ ମୁଣ୍ଡ ନେଲାଣି କରୋନା । କରୋନା ମୃତ୍ୟୁସଂଖ୍ୟା ଆଜି ଲକ୍ଷେ ପାର କରିଛି । ଗତ ୨୪ ଘଣ୍ଟାରେ ଦେଶରେ ୭୯ ହଜାର ୪୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେେ ପ୍ରାଣ ହରାଇଛନ୍ତି ଆଉ ୧ ହଜାର ୬୯ ଆକ୍ରାନ୍ତ । ଏମାନଙ୍କୁ ମିଶାଇ ଦେଶେର ମୃତ୍ୟୁସଂଖ୍ୟା ୧ଲକ୍ଷ ୮୪୨କୁ ବୃଦ୍ଧି ପାଇଛି । କରୋନା ମୃତ୍ୟୁସଂଖ୍ୟାରେ ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ରହିଛି ଭାରତ । ସେହିପରି ଦେଶରେ ସଂକ୍ରମିତଙ୍କସଂଖ୍ୟା ୬୪ ଲକ୍ଷ ପାର୍‌ କରିଛି । ଦେଶରେ ମୋଟ୍ ପଜିଟିଭ୍ କେସ ୬୪ ଲକ୍ଷ ୭୩ ହଜାର ୫୪୫କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥ ହୋଇଛନ୍ତି ୫୪ ଲକ୍ଷ ୨୭ ହଜାର ୭୦୭ ଆକ୍ରାନ୍ତ । ଦେଶରେ ଏବେ ସୁଦ୍ଧା ୯ ଲକ୍ଷ ୪୪ ହଜାର ୯୯୬ ଆକ୍ଟିଭ୍ କେସ୍ ରହିଛି । ଦେଶରେ ୭୩୪ ଜିଲ୍ଲା ମଧ୍ୟରୁ ୨୦ଟିଜିଲ୍ଲାରୁ ଦେଶର ମୋଟ୍‌ ମୃତ୍ୟୁ ସଂଖ୍ୟାର ୪୫ ପ୍ରତିଶତ ମାମଲା ସାମ୍ନାକୁ ଆସିଛି । ଏହି ୨୦ଟି ଜିଲ୍ଲା ମଧ୍ୟରେ ମହାରାଷ୍ଟ୍ରର ୧୩ଟି ଜିଲ୍ଲା ସାମିଲ୍‌ ରହିଛି । ସେହିପରି ଦେଶର ୪୦ଟି ଜିଲ୍ଲା କରୋନା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ୪୦ ପ୍ରତିଶତ ମୃତ୍ୟୁ ମାମଲା ହୋଇଥିବାର ସୂଚନା ରହିଛି ।