ନିଲାମ ହେବ ଟ୍ରମ୍ପଙ୍କ ବାସଗୃହ

ନିଲାମ ହେବ ଟ୍ରମ୍ପଙ୍କ ବାସଗୃହ

ନିଲାମ ହେବ ଟ୍ରମ୍ପଙ୍କ ବାସଗୃହ
ନ୍ୟୁୟର୍କ : ଆମେରିକାର ପୂର୍ବତନ ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପଙ୍କ ପିଲାଦିନର ଘର ଚାରି ବର୍ଷ ପରେ ନିଲାମ ହେବାକୁ ଯାଉଛି । ଏହାର ମୂଲ୍ୟ ପାଖାପାଖି ୩ ମିଲି୍ୟନ ଡ଼ଲାର ବା ଭାରତୀୟ ମୁଦ୍ରା ଅନୁସାରେ( ୨୨ କୋଟି ଟଙ୍କା)ରେ ସ୍ଥିର କରାଯାଇଛି । ନିଲାମ କରୁଥିବା କମ୍ପାନୀ ଏହା ଆଶା ରଖିଛି ଯେ ଟ୍ରମ୍ପଙ୍କ ପ୍ରଶଂସକ ଏହାକୁ କିଣିବାରେ ସଫଳ ରହିବେ । ଏହା ପୂର୍ବରୁ ମଧ୍ୟ ଏହି ଘର ନିଲାମ କରିବା ପାଇଁ ୪ ଥର ଚେଷ୍ଟା କରାଯାଇଛି । ନ୍ୟୁୟର୍କ ଉପନଗର ଜମୈକା ସ୍ଟ୍ରିଟରେ ଟ୍ରମ୍ପଙ୍କ ସ୍ବର୍ଗୀୟ ପିତା ଫ୍ରେଡ ଏହି ଘର ତିଆରି କରିଥିଲେ । ଏହି ଘର ତିଆରି କରିବା ସମୟରେ ଏଥିରେ ୫ଟି ବେଡ ରୁମ ଥିଲା । ୪ ବର୍ଷ ପର୍ୟ୍ୟନ୍ତ ଟ୍ରମ୍ପଙ୍କ ପିଲାଦିନ ଏହି ଘରେ ହିଁ ବିତିଥିଲା । ପରେ ତାଙ୍କ ପିତା ଫ୍ରେଡ ନିଜର ଗୃହ ତିଆରି କରିଥିଲେ ଓ ଯେଉଁଥିରେ ୨୩ଟି ରୁମ ଥିବା ଜଣାପଡିଛି । ଏହା ପୂର୍ବରୁ ୨୦୧୬ ରେ ଟ୍ରମ୍ପଙ୍କ ଘର ନିଲାମ କରାଯାଇଥିଲା । ଏହି ଘରକୁ ନିଲାମ କରିବା ପାଇଁ ଆଗରୁ ବହୁତ ଚେଷ୍ଟା କରାଯାଇଥିଲା । କିନ୍ତୁ ଏହି ନିଲାମ କାର୍ୟ୍ୟ ଅଟକି ରହିଥିଲା । ଏବେ ଟ୍ରମ୍ପଙ୍କ ଏହି ଘର ଚତୁର୍ଥ ଥର ପାଇଁ ନିଲାମ କରାଯାଉଛି । ଏହା ପୂର୍ବରୁ ୨୦୧୬ ରେ ଟ୍ରମ୍ପଙ୍କ ଏହି ଘର ନିଲାମ କରାଯାଇଥିଲା ଏବଂ ଏହାକୁ ସେହି ନିକଟରେ ଥିବା ଜଣେ ବ୍ୟକ୍ତି କିଣିଥିଲେ । ବର୍ଷେ ପରେ ପୁଣି ଥରେ ନିଲାମ ନେବା ପାଇଁ ମନାକରିଦେଇଥିଲେ । ଏହା ପରେ ଟ୍ରମ୍ପଙ୍କ କଟଆଉଟ ସହିତ ବିଜ୍ଞାପନ ଦିଆଯାଇଥିଲା । କିନ୍ତୁ ଏବେ ଏହି ଘର ଷେଶଥର ପାଇଁ ନିଲାମ ବା ଚତୁର୍ଥ ଥର ପାଇଁ ନିଲାମ ହେବାକୁ ଯାଉଛି । ମେନ୍ସ ଗ୍ଲୋବଲ ୱେବସାଇଟ ଘୋଷଣା ଅନୁସାରେ ୧୯୪୦ ମସିହାରେ ଟ୍ରମ୍ପଙ୍କ ପିତା ନ୍ୟୁୟର୍କର ପାନ୍ସ ଅଞ୍ଚଳର ଜମୈକା ଇସ୍ଟେଟରେ ଏହି ଘର ନିର୍ମାଣ କରିଥିଲେ ଏବଂ ୫ଟି ବେଡ ରୁମ ବିଶିଷ୍ଟ ଏହି ଘରଟି କେତେକ କ୍ଷେତ୍ରରୁ ବହୁତ ସ୍ମରଣୀ୍ୟ ରହିଛି ।