୫ ପାକ ଯବାନ ନିହତ

୫ ପାକ ଯବାନ ନିହତ

୫ ପାକ ଯବାନ ନିହତ
ଜମ୍ମୁ : ଭାରତୀୟ ଯବାନଙ୍କ ପାଲଟା ଗୁଳି ଚାଳନାରେ ୫ ଜଣ ପାକ ଯବାନ ପ୍ରାଣ ହରାଇଛନ୍ତି । ପୁଞ୍ଚ ଜିଲ୍ଲାରେ ରହିଥିବା ନିୟନ୍ତ୍ରଣ ରେଖାରେ ପାକ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା । ଜବାବରେ ଭାରତୀୟ ଯବାନଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ପାଲଟା ଗୁଳିଚାଳନାରେ ୫ ଜଣ ଯବାନ ନିହତ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି । ଗୁରୁବାର ରାତିରୁ ଜମ୍ମୁର ପୁଞ୍ଚ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକ ସେନା ପକ୍ଷରୁ ଗୁଳି ଚାଳନା କରାଯିବା ସହିତ ମୋର୍ଟାର ମାଡ କରାଯାଇଥିଲା । ମୋର୍ଟାର ମାଡରେ ମଙ୍କୋଟେ ଅଞ୍ଚଳରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହେବା ପରେ ଭାରତୀୟ ସେନା ପକ୍ଷରୁ ପ୍ରତି ଆକ୍ରମଣ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ କରାଯାଇଥିବା ପାଲଟା ଗୁଳି ଚାଳନାରେ ୫ ପାକ ଯବାନ ନିହତ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଗୁଳିଚାଳନା ଜାରି ରହିଥିଲା । ଉଲ୍ଲେଖଯୋଗ୍ୟ ଯେ, ଜାନୁୟାରୀ ୨୦୨୦ ପରଠାରୁ ପାକିସ୍ତାନ ୩୨୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ବେଳେ ଏଥିରେ ୩୦ ଜଣ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଛି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।