ପରମାଣୁ ଯୁଦ୍ଧର ଧମକ ଦେଲେ ଇମ୍ରାନ

ପରମାଣୁ ଯୁଦ୍ଧର ଧମକ ଦେଲେ ଇମ୍ରାନ

ପରମାଣୁ ଯୁଦ୍ଧର ଧମକ ଦେଲେ ଇମ୍ରାନ
ନୂଆଦିଲ୍ଲୀ: ଭାରତ ସହ ଯୁଦ୍ଧ ଆରମ୍ଭ ହେଲେ ପରମାଣୁ ବୋମାରେ ଶେଷ ହେବ । ଏହା କହିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏକ ବିଦେଶୀ ଗଣମାଧ୍ୟମରେ ସାକ୍ଷାତକାର ଦେବା ଅବସରରେ ସେ ଏହା କହିଛନ୍ତି । ପାକିସ୍ତାନ-ଭାରତ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ନେଇ ସେ କହିଛନ୍ତି ଯେ, ପାରମ୍ପରିକ ଯୁଦ୍ଧ ହେଲେ ଆମେ ଭାରତ ଠାରୁ ହାରିଯିବୁ । ତେବେ ଏହି ଅବସରରେ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ସହ ଯୁଦ୍ଧ ଆରମ୍ଭ ହେଲେ ପରମାଣୁ ବୋମାରେ ଶେଷ ହେବ । ଏବେ ଭାରତ ସହ କୌଣସି କଥାବାର୍ତ୍ତା କରିବାର ନାହିଁ । ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଆମେ ଭାରତ ସହ ଲଢିବୁ । ଅଲ ଜଜିରାକୁ ଦେଇଥିବା ସାକ୍ଷାତକାରରେ ଇମରାନ କହିଛନ୍ତି ଯେ, ସେ ହେଉଛନ୍ତି ଶାନ୍ତିବାଦୀ । ସେ ସଦାବେଳେ ଯୁଦ୍ଧକୁ ବିରୋଧ କରନ୍ତି । କାରଣ ଏଥିରେ କୌଣସୀ ସମସ୍ୟାର ସମାଧାନ ହେବ ନାହିଁ । ଭିଏତନାମ ଓ ଇରାକ ଲଢେଇ ଏହାର ଉଦାହରଣ । ଯୁଦ୍ଧ ସହ କିଛି ଅନ୍ୟ ସମସ୍ୟା ମଧ୍ୟ ମୁଣ୍ଡ ଟେକିଥାଏ । ପାକିସ୍ତାନ କେବେ ବି ପରମାଣୁ ଯୁଦ୍ଧ କରିବ ନାହିଁ । ଏହାସହ ସେ କହିଛନ୍ତି ଯେ, ପାରମ୍ପାରିକ ଯୁଦ୍ଧରେ ହାରିଥିବା ଦେଶ ପାଖରେ ଦୁଇଟି ବିକଳ୍ପ ରହିଥାଏ । ଏହାର ଅର୍ଥ ସେ ଆତ୍ମସମର୍ପଣ କରିବ ନଚେତ ଶେଷ ଯାଏଁ ଲଢିବ । ପାକିସ୍ତାନ ଶେଷ ଯାଏଁ ଲଢିବ । କାରଣ ପରମାଣୁ ସମ୍ପର୍ଣ୍ଣ ଦେଶ ମଧ୍ୟରେ ଲଡେଇ ହେଲେ ପରିସ୍ଥିତି ଭୟାବହ ହେବ ।