ପର୍ଯ୍ୟଟନ ପାଇଁ ୫୭୪କୋଟି

ପର୍ଯ୍ୟଟନ ପାଇଁ ୫୭୪କୋଟି

ପର୍ଯ୍ୟଟନ ପାଇଁ ୫୭୪କୋଟି

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ବା ମୌସୁମୀ ଅଧିବେଶନ । ତେବେ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି ।  ବିରୋଧୀଙ୍କ ସମେତ  ଶାସକ ଦଳ ବିଧାୟକ ବି ଏନେଇ ଉଦବେଗ ପ୍ରକାଶ କରିଛନ୍ତି । ବିଜେଡିର ଦେବୀ ମିଶ୍ର ଓ ବିଜେପିର ବିଷ୍ଣୁ ସେଠୀଙ୍କ ସମେତ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ଉଦବେଗ ପ୍ରକାଶ କରିଛନ୍ତି । 

ଭିତ୍ତିଭୂମି କ୍ଷେତ୍ରରେ ରୋଡମ୍ୟାପ ଠିକଣା ଢଙ୍ଗରେ କରିପାରୁନୁ ବୋଲି ଦେବୀ ମିଶ୍ର କହିଛନ୍ତି । ଏପରିକି ବ୍ୟୟବରାଦ ହେଉଥିବା ଅର୍ଥରାଶି ଖର୍ଚ୍ଚ ହୋଇପାରୁନି ବୋଲି ସେ କହିଛନ୍ତି ।  

ସେହିପରି ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା କରାଯାଉଥିବା ବିଷ୍ଣୁ ସେଠୀ କହିଛନ୍ତି ।  ଅନ୍ୟପକ୍ଷରେ ନିଜ ନିଜ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ କଂଗ୍ରେସ ବିଧାୟକମାନେ ଦାବି କରିଛନ୍ତି ।  ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା ଓ ସୁରେଶ ରାଉତରାୟ ଏନେଇ ଦାବି କରିଛନ୍ତି । 

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫୭୪କୋଟି ଖର୍ଚ୍ଚ ହେବ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ।

ପ୍ରକାଶ ଯେ  ଚଳିତ ବର୍ଷର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି।  ଏହି ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ।କୋଭିଡ୍ କଟକଣା ଭିତରେ ୨ଟି ପର୍ୟ୍ୟାୟରେ ୨୪ ଦିନ ଚାଲିବ ବିଧାନସଭା । ପ୍ରଥମ ପର୍ୟ୍ୟାୟରେ ୨ରୁ ୬ ତାରିଖ ଓ ଦ୍ୱିତୀୟ ପର୍ୟ୍ୟାୟ ୧୩ରୁ ଅଗଷ୍ଟ ୪ ପର୍ୟ୍ୟନ୍ତ ଚାଲିବ ।

ବଜେଟ ଉପରେ ଜୁଲାଇ ୫ ଓ ୬ ତାରିଖରେ ଆଲୋଚନା ହେବ । ୭ରୁ ୧୨ ତାରିଖ ପର୍ୟ୍ୟନ୍ତ ଗୃହ ମୁଲତବୀ ରହିବ । ୧୩ ତାରିଖରେ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ ଗୃହରେ । ୧୪ରୁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଗତ ସହ ଆଲୋଚନା ହେବ। ଜୁଲାଇ ୩୦ରେ ବ୍ୟୟମଞ୍ଜୁରୀ ବିଲ୍‌ ଉପସ୍ଥାପନ ହେବ । ଅଗଷ୍ଟ ୨ ଓ ୪ରେ ପ୍ରାଇଭେଟ ମେମ୍ବର୍ସ ବିଲ୍‌ ଆଗତ କରାଯିବ ।ଦିନକୁ ୬ ଘଣ୍ଟା ଧରି ଚାଲିବ ଗୃହକାର୍ୟ୍ୟ ।