ପାକ୍ ସେନାକୁ ପରିହାସ କଲେ ଜେଲ୍!

ପାକ୍ ସେନାକୁ ପରିହାସ କଲେ ଜେଲ୍!

ପାକ୍ ସେନାକୁ ପରିହାସ କଲେ ଜେଲ୍!
ନୂଆଦିଲ୍ଲୀ: ନିକଟରେ ପାକିସ୍ତାନ ପିଙ୍ଗଳ ଆଇନର ସଂଶୋଧନ ପାଇଁ ପ୍ରସ୍ତାବିତ ଅପରାଧିକ ଆଇନ-୨୦୨୦ (ସଂଶୋଧନ) ବିଲରେ ପାକ ସେନାକୁ ଉଦେ୍ଧଶ୍ୟମୂଳକ ଭାବେ ବିଦ୍ରୂପ ବା ଥଟ୍ଟା କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ଉଲ୍ଲେଖ ରହିଛି । ଏପରିକି ଏଥିପାଇଁ ୫ ଲକ୍ଷ ଟଙ୍କା ଯାଏ ଜରିମାନା କିମ୍ବା ଦୁଇ ବର୍ଷ ଯାଏ କାରାବାସ କିମ୍ବା ଉଭୟର ପ୍ରାବଧାନ ରହିଛି । ତେବେ ସେନାକୁ ଏପରି ପରିହାସ କରିବାଟା ଉଦେ୍ଧଶ୍ୟ ପ୍ରଣୋସିତ ନା ଉଦେ୍ଧଶ୍ୟହୀନ ତାହା କିପରି ନର୍ଦ୍ଧାରିତ ହେବ ସେ ସମ୍ପର୍କରେ କିଛି ବିଶଦ ଭାବେ ଦର୍ଶାଯାଇନି । ଅପରପକ୍ଷେ, ଏହି ବିଲକୁ କେନ୍ଦ୍ରକରି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅତୀତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସେନାକୁ ସମାଲୋଚନା କରି ଦେଇଥିବା ଟିପଣୀକୁ ଉଦ୍ଧା କରି କେହି ଯଦି କିଛି ପ୍ରକାଶ କରେ ସେଥିପାଇଁ ଇମ୍ରାନ ଖାଁ କଣ ଦଣ୍ଡିତ ହେବେ ବୋଲି ପ୍ରଶ୍ନ ଉଠିଛି । ଏଠାରେ ସୂଚନା ଯୋଗ୍ୟ କୋଡିଏ ହଜାର ଲୋକ ରାସ୍ତାରେ ବିକ୍ଷୋଭ କଲେ, ପାକିିସ୍ତାନର ସେନାଧ୍ୟକ୍ଷ କିଛି କରିପାରିବେନି, ବରଂ ନିଜ ପାଇଜାମାରେ ପରିସ୍ରା କରି ପକାଇବେ ବୋଲି ଖୋଦ ଇମ୍ରାନ ଖାଁ ଅତୀତରେ ଦେଇଥିବା ଏକ ଭାଷଣର ଭିଡିଓ ଏବେ ଗଣମାଧ୍ୟମରେ ଘୂରି ବୁଲୁଛି ।