ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୨୦ରୁ ୩ ଦିନ ରାଜ୍ୟବ୍ୟାପୀ ବର୍ଷା

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୨୦ରୁ ୩ ଦିନ ରାଜ୍ୟବ୍ୟାପୀ ବର୍ଷା

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୨୦ରୁ ୩ ଦିନ ରାଜ୍ୟବ୍ୟାପୀ ବର୍ଷା
ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୦ ରୁ ୨୨ ତାରିଖ, ୩ ଦିନ ଧରି ରାଜ୍ୟବ୍ୟାପୀ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ମାଲକାନଗିରି, ଅନୁଗୁଳ, ଦେବଗଡ଼, କୋରାପୁଟ,ନବରଙ୍ଗପୁର, ସୋନପୁର, ସମ୍ବଲପୁର, ବରଗଡ଼, ବୌଦ୍ଧ, ଯାଜପୁର, ଭଦ୍ରକ, କଳହାଣ୍ଡି, ଗଞ୍ଜାମ ଓ ପୁରୀ ଭଳି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଚି । କେନ୍ଦ୍ରର ନିଦେ୍ର୍ଧଶକ ଏଚଆର ବିଶ୍ୱାସ କହିଛନ୍ତି ଏବେର ପାଣିପାଗର ସ୍ଥିତି ପରଖିଲେ ଜଣାପଡ଼ୁଛି ମୌସୁମୀ ଟ୍ରଫ ଲାଇନ ଆଡ଼କୁ ଗତି କରୁଛି । ମୌସୁମୀ ଟ୍ରଫର ପଶ୍ଚିମ ମୁଣ୍ଡ ହିମାଳୟ ପାଦଦେଶର ନିକଟବର୍ତ୍ତୀ ହୋଇଥିବା ବେଳେ ଏହାର ପୂର୍ବ ମୁଣ୍ଡ ବରେଲି, ସୁଲତାନ ପୁର, ପାଟଣା ଓ ମାଲଦା ହୋଇ ପୂର୍ବ ଉତ୍ତରପୂର୍ବ ଆଡ଼କୁ ଗତି କରି ନାଗାଲାଣ୍ଡ ହୋଇ ଆସାମ ଆଡ଼କୁ ଲମ୍ବିଛି । ଏଥିପାଇଁ ରାଜ୍ୟରେ ଏବେ ବି ମୌସୁମୀର ସ୍ଥିତି ଦୁର୍ବଳ ରହିଛି । ଏହାର ପ୍ରଭାବରେ ଆସନ୍ତା ୨ ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷର ପରିମାଣ ସ୍ୱାଭାବିକ ଠାରୁ କମ ରହିବ । କିନ୍ତୁ ୨୦ ତାରିଖ ବେଳକୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ବିସ୍ତୃତ ଭାବେ ବର୍ଷା ହେବ । କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହିଭଳି ବର୍ଷା ଲାଗି ରହିବ । ୧୮ ଓ ୧୯ ରେ ରାଜ୍ୟର କେତେକ ସ୍ଥାନରେ ଝଡ଼ତୋଫାନ ବର୍ଷା ହୋଇପାରେ ।