ବର୍ଷା ଓ ବନ୍ୟାରେ ୧୭୮୬ କୋଟିର ସମ୍ପତ୍ତି ବରବାଦ :ତକ୍ରାଳ ମୁକାବିଲାରେ ଖର୍ଚ୍ଚ ହୋଇଥିବା ୧୧୦୦ କୋଟି ମାଗିଲା ଓଡ଼ିଶା

ବର୍ଷା ଓ ବନ୍ୟାରେ ୧୭୮୬ କୋଟିର ସମ୍ପତ୍ତି ବରବାଦ :ତକ୍ରାଳ ମୁକାବିଲାରେ ଖର୍ଚ୍ଚ ହୋଇଥିବା ୧୧୦୦ କୋଟି ମାଗିଲା ଓଡ଼ିଶା

ବର୍ଷା ଓ ବନ୍ୟାରେ ୧୭୮୬ କୋଟିର ସମ୍ପତ୍ତି ବରବାଦ :ତକ୍ରାଳ ମୁକାବିଲାରେ ଖର୍ଚ୍ଚ ହୋଇଥିବା ୧୧୦୦ କୋଟି ମାଗିଲା ଓଡ଼ିଶା
ଭୁବନେଶ୍ୱର: ବର୍ଷା ଓ ବନ୍ୟାର ବିପôାତ ଏତେ ଗମ୍ଭୀର ଥିଲା ଯେ ରାଜ୍ୟର ୩୦ ଟି ଜିଲ୍ଲାରୁ ୨୬ଟି ଜିଲ୍ଲାରେ ଭୀଷଣ ପ୍ରଭାବ ରହିଛି । ପ୍ରାୟ ୨ ଲକ୍ଷ ୨୫ ହଜାର ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଛି । ୧ ଲକ୍ଷ ୨୦ ହଜାର ଘର ଭାଙ୍ଗିଛି । ଏସବୁ ମିଶାଇଲେ ରାଜ୍ୟର ପ୍ରାୟ ୧୭୮୬ କୋଟି ଟଙ୍କାର ସମ୍ପତ୍ତି ନଷ୍ଟଭ୍ରଷ୍ଟ କରି ଦେଇଛି । ଯେଉଁଥିରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ନିୟମ ଅନୁସାରେ ୧୧୦୦ କୋଟି ଟଙ୍କା ପାଇବାକୁ ଓଡ଼ିଶା ହକଦାର । ରାଜ୍ୟରେ ଗତମାସ ଦେଖାଦେଇଥିବା ବର୍ଷା ଓ ବନ୍ୟା କ୍ଷତି ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ସାମ୍ନାରେ ରାଜ୍ୟ ସରକାର ଏଭଳି ଦାବି ଉପସ୍ଥାପନ କରିଛନ୍ତି । ବନ୍ଧ ବାଡ଼ ମରାମତି ବ୍ୟତୀତ, ସଡ଼କ ଆଦି କ୍ଷତିଗ୍ରସ୍ତ ଭିତ୍ତିଭୂମି ସମ୍ପର୍କରେ ସରକାର କେନ୍ଦ୍ରୀୟ ଟିମ୍ ସାମ୍ନାରେ ତଥ୍ୟ ରଖିଥିଲେ ହେଁ ଚୂଡାନ୍ତ ସ୍ମାରକ ପତ୍ର କିନ୍ତୁ ଦେଇନାହାନ୍ତି । ଉଭୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତି୍ରପାଠୀ ଓ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଚୂଡାନ୍ତ କ୍ଷୟକ୍ଷତି ଆକଳନ ଜାରି ରହିଛି । ତେବେ ବନ୍ୟା ଦ୍ୱାରା ଯେତିକି କ୍ଷୟକ୍ଷତି ହୋଇଛି, ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ଏହାର ସ୍ଥାୟୀ ମୁକାବିଲା ତା ଠାରୁ ଅଧିକ ଅପରିହାର୍ଯ୍ୟ ।