ପୁଣି ଜଣେ ଚାଷୀ ଆତ୍ମହତ୍ୟା

ପୁଣି ଜଣେ ଚାଷୀ ଆତ୍ମହତ୍ୟା

ପୁଣି ଜଣେ ଚାଷୀ ଆତ୍ମହତ୍ୟା
ଭୁବନେଶ୍ୱର: ଫସଲ ହାନି ଯୋଗୁଁ ପୁଣି ଜଣେ ଚାଷୀର ଜୀବନ ଚାଲିଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାର କଲୁପଡ଼ାରେ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ଫସଲ ହାନି ଓ ଋଣ ଭାର ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । ଘର ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ବୁଢ଼ା ବାପା ମା’ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ସୂଚନାଯୋଗ୍ୟ, ଗୋବର୍ଦ୍ଧନ ଚଳିତ ବର୍ଷ 3 ଏକର ଜମିରେ ଚାଷ କରିଥିଲେ । ଲଗାଣ ବର୍ଷାରେ ଫସଲ ଉଜୁଡ଼ି ଯାଇଥିଲା । ବଞ୍ଚି ରହିଥିବା କିଛି ଫସଲରେ ପୋକ ଲାଗି ଯାଇଥିଲା । ଏଥିପାଇଁ ସେ ଚିନ୍ତାଗ୍ରସ୍ତ ଥିଲେ । ତେବେ ଗତ ମଙ୍ଗଳବାର ଦିନ ବିଲରେ କୀଟନାଶକ ସିଞ୍ଚନ କରିବା ସମୟରେ ନିଜେ କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଗୁଡ଼ା ମେଡ଼ିକାଲ ଓ ପରେ କନ୍ଧମାଳ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ପ୍ରାଣ ହରାଇଛନ୍ତି ।