ପାଖରେ ଟଙ୍କା ରହୁନି, ଅବଲମ୍ବନ କରନ୍ତୁ ଏହି ଉପାୟ

ପାଖରେ ଟଙ୍କା ରହୁନି, ଅବଲମ୍ବନ କରନ୍ତୁ ଏହି ଉପାୟ

ପାଖରେ ଟଙ୍କା ରହୁନି, ଅବଲମ୍ବନ କରନ୍ତୁ ଏହି ଉପାୟ
ଜୀବନରେ ଟିକେ ଖୁସିରେ ରହିବାକୁ କିଏ ବା ନ ଚାହେଁ। ଏହି ସମୟରେ ଖୁସିରେ ରହିବାକୁ ହେଲେ ସବୁଠୁ ଜରୁରୀ ହେଉଛି ଟଙ୍କା। ଏମିତିରେ ଟଙ୍କା ସମସ୍ତଙ୍କ ପାଖରେ ନ ଥାଏ। ସେହି ଟଙ୍କା ପାଇଁ ଆମକୁ ଏତେ କଷ୍ଟ କରିବାକୁ ପଡୁଛି। ମାତ୍ର ଏମିତି ଏକ ଉପାୟ ଅଛି ଯାହାକୁ କରିବା ପରେ ଆପଣ ହୋଇଯିବେ କୋରଡ଼ପତି। ଆଉ ତାପରେ ଆପଣଙ୍କୁ ମିଳିବ ଲାଭ ପରେ ଲାଭ। ଏହି ସବୁକୁ କରିବାକୁ ହେଲେ ଆପଣଙ୍କୁ ଦରକାର କେବଳ ଲବଙ୍ଗ। ଏହି ଉପାୟ ସେମାନଙ୍କ ପାଇଁ ଯେଉଁମାନେ ଚାକିରୀ କିମ୍ବା ପ୍ରମୋଶନ ନ ମିଳିବା କାରଣରୁ ବିଚଳିତ ହୋଇଯାଉଛନ୍ତି। କିମ୍ବା ବିଜନେସରେ କ୍ଷତି ଯୋଗୁଁ ପାଖରେ ଟଙ୍କା ରହୁନି। ଯେଉଁ କାରଣରୁ ଆପଣଙ୍କ ମନ ଭଳ ରହୁନି। ସେହିମାନେ ଏହି ଉପାୟକୁ ଅବଲମ୍ବନ କରନ୍ତୁ। ଜଲଦୀ ହିଁ ସମସ୍ୟାରୁ ସମାଧାନ ମିଳିବ। ଏସବୁ କରିବା ପୂର୍ବରୁ ଏହି କଥା ମନେରଖନ୍ତୁ ଯେ ଆପଣ କାହାକୁ ବି ଏହି ବିଷୟରେ କହିବେ ନାହିଁ। ଏମିତି କି ଯଦି ସ୍ତ୍ରୀ ଏହି ଉପାୟ ଅବଳମ୍ବନ କରୁଛି ତ ସ୍ବାମୀକୁ କହିବେ ନାହିଁ କି ସ୍ବାମୀ ଯଦି ଏହି ଉପାୟ ଅବଳମ୍ବନ କରୁଛନ୍ତି ତ ସ୍ତ୍ରୀକୁ କହିବେ ନାହିଁ। ଯଦି ଆପଣ କାହାକୁ ଏହି ବିଷୟରେ କହିବେ ତ ଆପଣଙ୍କର ଲାଭ ହେବ ନାହିଁ। ଏଥିପାଇଁ ପ୍ରଥମେ ଏକ ନାଲି କପଡ଼ା ନିଅନ୍ତୁ। ସେହି ନାଲି କପଡ଼ାରେ ଲବଙ୍ଗକୁ ବାନ୍ଧି ଦିଅନ୍ତୁ। ପରେ ଏହାକୁ ଆଲମାରୀରେ ରଖିଦିଅନ୍ତୁ। ଏହାପରେ ଏକ ଦୀପ କିମ୍ବା ଧୂପ ଜଳାଇ ପୂଜା କରନ୍ତୁ। ଧ୍ୟାନରେ ରଖନ୍ତୁ ଏହି ପୂଜା କରିବା ସମୟରେ ମନ ଭିତରେ ମା ଲକ୍ଷ୍ମୀଙ୍କ ନାମ ନିଅନ୍ତୁ। ଏହା ପରେ ଦେଖନ୍ତୁ ଆପଣଙ୍କ ଧନ ସମ୍ବନ୍ଧରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ।