ଲୁଟେରୀ ଦୁଲହନ : ଦୁଇ ଜଣଙ୍କୁ ବିବାହ କରି ତୃତୀୟ ଜଣଙ୍କ ସହ ବିଦେଶ ଫେରାର

ଲୁଟେରୀ ଦୁଲହନ : ଦୁଇ ଜଣଙ୍କୁ ବିବାହ କରି ତୃତୀୟ ଜଣଙ୍କ ସହ ବିଦେଶ ଫେରାର

ଲୁଟେରୀ ଦୁଲହନ : ଦୁଇ ଜଣଙ୍କୁ ବିବାହ କରି ତୃତୀୟ ଜଣଙ୍କ ସହ ବିଦେଶ ଫେରାର
ଝାରଖଣ୍ଡ : ଝାରଖଣ୍ଡର ଚାତରାରୁ ଏକ ଆଶ୍ଚର୍ୟା ଘଟଣା ସାମନାକୁ ଆସିଛି। ଏତିଖୋରୀ ନିବାସୀ ପ୍ରିୟଙ୍କା ନାମ୍ନୀ ଜଣେ ଯୁବତୀ ଶାଦି ଡଟ କମ ଜରିଆ ରେ ଜଣେ ନୁହେଁ ତିନି ଜଣଙ୍କୁ ଠକି ବିଦେଶ ଫେରାର ହୋଇଥିବାର ଅଭିଯୋଗ ହୋଇଛି। ପ୍ରିୟଙ୍କା ବେଶ ବୁଦ୍ଧିମତ୍ତାର ସହ ତିନି ଅଲଗା ଅଲଗା ରାଜ୍ୟର ଯୁବକଙ୍କୁ ନିଜ ଜାଲରେ ଫସାଇଥିଲେ। ମିଳିଥିବା ସୂଚନା ଅନୁସାରେ ପ୍ରିୟଙ୍କା ଶାଦି ଡଟ କମ ଜରିଆରେ ସର୍ବ ପ୍ରଥମେ ଗିରିଡିହ ର ନିଳୟ କୁମାର ନାମକ ଏକ ଯୁବକଙ୍କ ସମ୍ପର୍କରେ ଆସିଥିଲେ। ତେବେ ଦୁହିଙ୍କ ମଧ୍ୟରେ କିଛି ଝଗଡା ହେବା ପରେ ପ୍ରିୟଙ୍କା ନିଳୟଙ୍କ ଠାରୁ ୧ କୋଟି ଟଙ୍କା ଠକି ଗାୟବ ହୋଇଯାଇଥିଲେ। ତାପରେ କିଛି ଦିନ ପରେ ପୁନଶ୍ଚ ଶାଦି ଡଟ କମ ଜରିଆରେ ପ୍ରିୟଙ୍କା ନିଜକୁ ଅବିବାହିତ କହି ଗୁଜୁରାଟର ଅମିତ ମୋଦୀ ନାମ୍ନୀ ଏକ ଯୁବକଙ୍କୁ ଫସାଇ ବିବାହ କରିଥିଲେ। ତାଙ୍କ ସହ କିଛି ଦିନ ରହିବା ପରେ ପରିବାରର ଆର୍ଥିକ ସ୍ଥିତି ବିଷୟରେ କହି ଅମିତ ଙ୍କ ଠାରୁ ପ୍ରାୟେ ୪୦ ରୁ ୪୫ ଲକ୍ଷ ଟଙ୍କା ନେଇଥିଲେ। ପରେ କିଛି ଦିନ ପରେ ନିଜ ଭଉଣୀ ଦିଲ୍ଲୀ ଶିଫ୍ଟ ହେଉଛି କହି ଦିଲ୍ଲୀ ଯିବାର ବାହାନା କରି ଅମିତ ଙ୍କ ଘରୁ ପଳାଇଆସିଥିଲେ। ୨୦୧୮ ଡିସେମ୍ବର ୨୦୧୮ରେ ପ୍ରିୟଙ୍କା ସୁମିତ ଦଶରଥ ନାମକ ପୁନେ ର ଜଣେ ଯୁବକ ସହ ବିବାହ କରି ଆମେରିକାର କଲିଫୋର୍ନିଆ ଚାଲିଯାଇଥିବାର ସୂଚନା ମିଳିଥିଲା। ତେବେ ଏହି ପୁରା ମାମଲା ସାମନାକୁ ଆସିଲା ଯେତେବେଳେ ସୁମିତଙ୍କ ମା ପ୍ରିୟଙ୍କାଙ୍କ ମୋବାଇଲରେ ଅମିତ ଙ୍କ କଲ ଦେଖିବା ସହିତ ପ୍ରିୟଙ୍କାଙ୍କ ସହ ଅମିତଙ୍କ ଫୋଟୋ ଦେଖିଥିଲେ। ଏହା ପରେ ଲୁଟେରୀ ଦୁଲହନଙ୍କ ପୁରା ମାମଲା ସାମନାକୁ ଆସିଥିଲା।