ଖୋଲା ରହିବ ଉକ୍ରଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ

ଖୋଲା ରହିବ ଉକ୍ରଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ

ଖୋଲା ରହିବ ଉକ୍ରଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ
ଭୁବନେଶ୍ୱର: ଖୋଲା ରହିବ ଉକ୍ରଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ । ହଷ୍ଟେଲ ଖୋଲା ରହିବା ନେଇ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ବାଣୀବିହାର ହଷ୍ଟେଲ ବନ୍ଦ ହେବ ନାହିଁ । ଆଗକୁ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ୧୨ ଓ ୧୬ ତାରିଖରେ ହଷ୍ଟେଲ ଛାଡିବା ପାଇଁ ନିଦେ୍ର୍ଧଶ ଥିଲା । ନିଷ୍ପତ୍ତିକୁ ବିରୋଧ କରି ଧାରଣା ଦେଇଥିଲେ ଛାତ୍ରଛାତ୍ରୀ । ପ୍ରକାଶ ଯେ, ହଷ୍ଟେଲ ବନ୍ଦକୁ ବିରୋଧ କରି ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ସେମାନେ ବିକ୍ଷୋଭ କରିବା ସହ ଏନଏଚ ଅବରୋଧ କରିଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ହଷ୍ଟେଲ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । ବିଏମସି ନିଦେ୍ର୍ଧଶରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବନ୍ଦ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନେ୍ଦାଳନ କରିଥିଲେ । ହଷ୍ଟେଲରେ ସଂକ୍ରମଣ ବ୍ୟାପିବାକୁ ଏଡ଼ାଇବା ନେଇ ବିଏମସି ପକ୍ଷରୁ ବନ୍ଦ ନିଦେ୍ର୍ଧଶ ଦିଆଯାଇଥିଲା ।