ପାଳଙ୍ଗ ଶାଗ ଚପ
ପାଳଙ୍ଗ ଶାଗ ଚପ
admin
May 23, 2019 - 09:54
Updated: May 23, 2019 - 09:54
ସାମଗ୍ରୀ:
- ୨୫ ଗ୍ରାମ ପାଳଙ୍ଗ ଶାଗ
- ୨ଟି ଆଳୁ
- ୫ଟା କଂଚାଲଙ୍କା
- ୨ କପ ମସୁର ଡାଲି
- ଅଧ ଚା ଚାମଚ ଗରମମସଲା
- ୧୨ ଟା କିସମିସ
- ୬ ଟା କାଜୁ
- ପରିମାଣ ମୁତାବକ ଲୁଣ
- ଛାଣିବା ପାଇଁ ତେଲ
ପ୍ରଣାଳୀ:
ପାଳଙ୍ଗ ଶାଗ, ଆଳୁ ଓ କଂଚାଲଙ୍କା ଚୂନା ଚୂନା କାଟ । କଡାଇରେ ୧ ଟେବୁଲ ଚାମଚ ତେଲ ଦେଇ କାଜୁ ଭାଜି ନେଇ ସେଥିରେ କିସମିସ, ପାଳଙ୍ଗ, ଆଳୁ ଓ କଟା କଂଚାଲଙ୍କା ଦିଅ । ଲୁଣ ଦେଇ ଭଜା ଭଜା କରିବ । ସେଥିରେ ଗରମମସଲା ଦେଇ ଶୁଖିଲା ଶୁଖିଲା କରି ନେଇ ଚା ଚାମଚରେ ଚାପି ଚାପି ଦେବ । ଏହି ପୁରକୁ ୧୨ ଭାଗ କରିଦେବ । ମସୁର ଡାଲି ୧ ଘଂଟା ଭିଜାଇ ନେଇ ଚିକକଣ କରି ବାଟିନେବ । କଡାଇରେ ୧ ଟେବୁଲ ଚାମଚ ତେଲ ଦେଇ ଡାଲି ବଟା ଅଳ୍ପ ଜନ୍ତି ଦେବ । ଜନ୍ତା ଥଣ୍ଡା ହେଲେ ତାଙ୍କୁ ଦଳି ନେଇ ୧୨ ଭାଗ କରି ଦିଅ । ଗୋଟିଏ ଗୋଟିଏ ଭାଗ ଡାଲି ଜନ୍ତାକୁ ମଣ୍ଡାପିଠା ଖୋଳ ପରି କରି ସେଥିରେ ପାଳଙ୍ଗ ପୁର ଦେଇ ବନ୍ଦ କରି ସବୁ ଗଢିନିଅ । ତେଲ ଗରମ କରି ଦୁଇଟି ଲେଖାଏଁ ଚପ ଛାଣି ନିଅ । ଗରମ ଗରମ ଚପ ସସ ଦେଇ ଖାଇବାକୁ ଦିଅ ।