ପିଜୁଳି ଖାଇବାର ଉପକାରିତା

ପିଜୁଳି ଖାଇବାର ଉପକାରିତା

ପିଜୁଳି ଖାଇବାର ଉପକାରିତା
ପିଜୁଳିରେ ଅନେକ ଭିଟାମିନ୍‌ ଓ ମିନେରାଲସ୍‌ ଭରପୁର ରହିଥାଏ। ଆପଣ ଜାଣନ୍ତି କି ପିଜୁଳି ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ କଣ କଣ ଲାଭ ହୋଇଥାଏ .. ପିଜୁଳିରେ ଅଧିକ ମାତ୍ରାରେ ଫାଇବର୍‌ ଥିବା ଥାଏ ଯାହା ଦ୍ୱାରା କୋଷ୍ଠକାଠିନ୍ୟତା ଦୂର ହୋଇଥାଏ। ପିଜୁଳିରେ ଭିଟାମିନ୍‌ ବି-୯ ମଧ୍ୟ ରହିଛି, ଯାହା ଶରୀରର କୋଷ ଓ ଡି.ଏନ୍‌ଏର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।ପିଜୁଳିରେ ପଟାସିଅମ୍‌ ଓ ଆଣ୍ଟି ଅକ୍ସିଡେଣ୍ଟର ମାତ୍ରା ଅଧିକ ଥାଏ । ନିୟମିତ ପିଜୁଳି ଖାଇବା ଦ୍ୱାରା କାମ କରିବାବେଳେ ସହଜରେ ଥକ୍କା ଅନୁଭୂତ ହୁଏ ନାହିଁ । ତେଣୁ ପିଜୁଳି ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ନିୟମିତଭାବେ ପିଜୁଳି ଖାଇଲେ ଥଣ୍ଡା, କାଶ ମଧ୍ୟ ହୁଏ ନାହିଁ।ପିଜୁଳିରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ଓ ଆଇରନ୍‌ ରହିଥାଏ। ଯଦ୍ୱାରା ତ୍ୱଚା ପାଇଁ ବେଶ୍‌ ଉପକାରୀ ହୋଇଥାଏ । ପ୍ରତିଦିନ ପିଜୁଳି ଖାଇଲେ ରକ୍ତଚାପ ସହ କୋଲେଷ୍ଟ୍ରଲର ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ପିଜୁଳି ଖାଇଲେ ପେଟ ଦରଜ, ଗ୍ୟାସ, ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ। ପିଜୁଳି ରସ ସହ ସେଓ ରସ ମିଶାଇ ପିଇଲେ ମ୍ୟାଲେରିଆ ଜ୍ୱରରୁ ଆରାମ ମିଳିଥାଏ।