ପୃଥ୍ବୀ-୨ର ସଫଳ ପରୀକ୍ଷଣ
ପୃଥ୍ବୀ-୨ର ସଫଳ ପରୀକ୍ଷଣ
admin
Jun 28, 2019 - 06:58
Updated: Jun 28, 2019 - 06:58
ବାଲେଶ୍ଵର: ବାଲେଶ୍ଵରସ୍ଥିତ ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରରେ ଗୁରୁବାର ରାତି ସାଢ଼େ ୮ଟାରେ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ପୃଥ୍ବୀ-୨ର ଏହି ରାତ୍ରିକାଳୀନ ପରୀକ୍ଷା ୪ର୍ଥ ଥର ପାଇଁ କରାଯାଇଥିବାବେଳେ ଏହା ସଫଳ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରୁଥିବା ଏହି ଆଣବିକ କ୍ଷମତାସମ୍ପନ୍ନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୫୦ କିଲୋମିଟର ରହିଛି। ଏହା ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ୟ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବ। ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ)ର ଷ୍ଟ୍ରାଟେଜିକ କମାଣ୍ଡ ଫୋର୍ସ ପକ୍ଷରୁ ଗଚ୍ଛିତ ରହିଥିବା କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରେ ଯେକୌଣସି କ୍ଷେପଣାସ୍ତ୍ର ବଛାଯାଇ ଏହି ପରୀକ୍ଷା କରାଯାଇଥିଲା। ଡିଆରଡିଓର ରାଡାର, ଇଲେକ୍ଟ୍ରା ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଦ୍ବାରା ଓଡ଼ିଶା ଉପକୂଳରେ ରହିଥିବା ଟେଲିମେଟ୍ରି ଷ୍ଟେଶନ ସହାୟତାରେ କ୍ଷପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା। ପୃଥ୍ବୀ-୨ କ୍ଷେପଣାସ୍ତ୍ର ୨୦୦୩ରୁ ଭାରତୀୟ ସେନାରେ ସାମିଲ ହୋଇଛି ଏବଂ ଏହାର ଲମ୍ବ ୯ ମିଟର।