ଏବେ ଲାଳ କହିବ ମନୁଷ୍ୟର ଆୟୁଷ

ଏବେ ଲାଳ କହିବ ମନୁଷ୍ୟର ଆୟୁଷ

ଏବେ ଲାଳ କହିବ ମନୁଷ୍ୟର ଆୟୁଷ
ବି୍ରଟେନର ଗବେଷକଗଣ ୧୯୯୧ ରୁ ଏକ ଗବେଷଣା କରି ଶେଷରେ ସଫଳ ହୋଇଥିବାର ଘୋଷଣା କରିଛନ୍ତି । ମନୁଷ୍ୟର ଲାଳକୁ ବ୍ୟବହାର କରି ଚାଲିଥିଲା ସେମାନଙ୍କ ଗବେଷଣା । ଲାଳର ପରୀକ୍ଷଣରେ ମନୁଷ୍ୟର ଆୟୁ କେତେ ଦିନ ତାହା ସଠିକ କହିଦେବ ବୋଲି ଗବେଷକଙ୍କ ଦାବି । ସେଠାକାର ମୁଖ୍ୟଙ୍କ କହିବା ଅନୁସାରେ ଏଥିପାଇଁ ୭୦୦ ଜଣ ବୟସ୍କଙ୍କୁ ସାମିଲ କରାଯାଇଥିଲା । ୯୦% ବ୍ୟକ୍ତିଙ୍କଠାରେ ପରୀକ୍ଷା ସଫଳ ହୋଇଛି ବୋଲି ପ୍ରକାଶ । ମୃତୁ୍ୟ ସନ୍ନିକଟ ହେଲେ ଶରୀରରୁ ଏକ ବିଶେଷ ଆଣ୍ଟିବଡ଼ିର ସଂଖ୍ୟା ହ୍ରାସ ପାଇଥାଏ । ଆଉ, ତାହା ଲାଳ ପରୀକ୍ଷାରୁ ସହଜରେ ଜଣାପଡ଼ିଥାଏ । ସାଧାରଣତଃ ଭୋଜନ, ଚିନ୍ତା ଓ ମଦ୍ୟପାନ ପ୍ରଭାବରେ ଏହି ଆଣ୍ଟିବଡ଼ିର ସଂଖ୍ୟା ପ୍ରଭାବିତ ହୁଏ ।