ପୋଷ୍ୟ ସ୍କୁଲ: ସାମିଲ ହେଲେ ସୁର ଓ ନରସିଂହ

ପୋଷ୍ୟ ସ୍କୁଲ: ସାମିଲ ହେଲେ ସୁର ଓ ନରସିଂହ

ପୋଷ୍ୟ ସ୍କୁଲ: ସାମିଲ ହେଲେ ସୁର ଓ ନରସିଂହ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍କୁଲକୁ ପୋଷ୍ୟ କରିବା ଯୋଜନାକୁ ସରକାରୀ ଦଳର ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ଅଧିକାରୀ ପସନ୍ଦ କରିବା ସହିତ ଏଥିରେ ବିରୋଧୀ ବି ସାମଲ ହୋଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ଜିଲା ଚନ୍ଦନଭାଟି ପଂଚାୟତ ହାଇସ୍କୁଲ ଓ ବଲାଙ୍ଗୀର ସହରରେ ଥିବା ପୃଥ୍ୱୀରାଜ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଘୋଷଣା କରିଛନ୍ତି । ସେହିପରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଜଟଣୀସ୍ଥିତ କୁଦିଆରୀ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ଅପରପକ୍ଷେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରୀ ଜିଲ୍ଲାର କାକଟପୁରସ୍ଥିତ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ, ବାଲିଡିଆ ପ୍ରାଥମିକ ବିଦ୍ୟାଳୟ ଅସ୍ତରଙ୍ଗ ଓ ବାଲେଶ୍ୱର ଜିଲା ଖଇରା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । କାକଟପୁର ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଏ ଘୋଷଣା କରିଛନ୍ତି ।