ଫନିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଫନିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
admin
May 2, 2019 - 08:22
Updated: May 2, 2019 - 08:22
ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ଫନି ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନିର ମୁକାବିଲା ନେଇ ସଚିବାଳୟରେ ବୈଠକ ଚାଲିଛି । ଏହି ବୈଠକରେ ନଗର ଉନ୍ନୟନ ସଚିବ, ଶକ୍ତି ସଚିବ, ପଂଚାୟତିରାଜ ସଚିବ ଓ ଗ୍ରାମୀଣ ବିକାଶ ସଚିବ ଯୋଗ ଦେଇଛନ୍ତି । ତେବେ ବାତ୍ୟା ‘ଫନି’ ନେଇ ଟେଲିଫୋନ୍ ଅପରେଟରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଫନି ପାଇଁ ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ‘ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ,ଆତଙ୍କିତ ହୁଅନ୍ତୁନି, ଶାନ୍ତ ରୁହନ୍ତୁ; ସରକାରଙ୍କୁ ସହଯୋଗ କରନ୍ତୁ।’
ଅନ୍ୟପଟେ ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ନେବା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ବିଶେଷକରି ମହିଳା, ଗର୍ଭବତୀ ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ସ୍ଥାନାନ୍ତର କରିବା ଉପରେ ଗରୁତ୍ୱ ଦିଆଯାଉଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । କରାଯିବ ।