ଫାଶୀ ପାଇବାରୁ ମୁକ୍ତି ପାଇଯିବେ ନିର୍ଭୟା ଦୋଷୀ !
ଫାଶୀ ପାଇବାରୁ ମୁକ୍ତି ପାଇଯିବେ ନିର୍ଭୟା ଦୋଷୀ !
admin
Jan 23, 2020 - 01:52
Updated: Jan 23, 2020 - 01:52
ନୂଆଦିଲ୍ଲୀ – ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ନିର୍ଭୟା ଘଟଣାରେ ଦୋଷୀଙ୍କୁ ବାରମ୍ବାର ଫାସୀ ଦେବାକୁ ତାରିଖ ଘୁଞ୍ଚିବା ସମସ୍ତଙ୍କୁ ଚକିତ କରୁଛି । ସମସ୍ତଙ୍କ ମନରେ ଗୋଟିଏ କଥା ମୁକ୍ତି ପାଇଯିବେ କି ନିର୍ଭୟା ଦୋଷୀ ? ଆମ ସମ୍ବିଧାନ ବିଧିବ୍ୟବସ୍ଥାରେ ଏଭଳି ଘଟଣା ମଧ୍ୟ ଆଗରୁ ଦେଖିବାକୁ ମିଳିଛି । ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ଫେବୃଆରୀ ୧ ତାରିଖରେ ଫାଶୀ ଦେବା ନେଇ ପୁନର୍ବାର ଅନିଶ୍ଚିତତା ଦେଖାଯାଇଛି। ପୂର୍ବରୁ ଜାନୁଆରୀ ୨୨ରେ ଦୋଷୀମାନଙ୍କୁ ଫାଶୀ ଦେବା ଲାଗି ଅଦାଲତ ପରୱାନା ଜାରି କରିଥିବାବେଳେ ଏହା ସମ୍ଭବ ହୋଇପାରି ନଥିଲା। ଫଳରେ ଫେବୃଆରୀ ୧ରେ ଫାଶୀ ଲାଗି ଦ୍ବିତୀୟ ଥର ୱାରେଣ୍ଟ ଜାରି ହୋଇଥିଲା; ମାତ୍ର ଏହି ଦିନ ମଧ୍ୟ ଦୋଷୀଙ୍କୁ ଫାଶୀ ଦେବାର ଅନିଶ୍ଚିତତା ରହିଛି। କାରଣ ୪ ଦୋଷୀଙ୍କ ମଧ୍ୟରୁ କେବଳ ମୁକେଶ କୁମାର ସିଂହ ଓ ବିନୟ ଶର୍ମା ପୁନର୍ବିଚାର ଆବେଦନ କରିଥିବାବେଳେ ଅନ୍ୟ ଦୁଇଜଣ ପୱନ ଗୁପ୍ତା, ଅକ୍ଷୟ କୁମାର ସିଂହ ସେମାନଙ୍କର ପୁନର୍ବିଚାର ଆବେଦନ କରି ନାହାନ୍ତି। ପୁନର୍ବିଚାର ଆବେଦନ ପରେ ଏମାନଙ୍କ ପାଖରେ ରାଜକ୍ଷମା ଆବେଦନ କରିବାର ସୁଯୋଗ ରହିବ। ସେହିପରି ଏକମାତ୍ର ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ଅଗ୍ରାହ୍ୟ ହୋଇଥିବାବେଳେ ବିନୟର ରାଜକ୍ଷମା ଆବେଦନ ବିଚାରାଧୀନ ରହିଛି। ଗୋଟିଏ ପଟେ ବିନୟ ରାଜକ୍ଷମା ଆବେଦନ ବିଚାରାଧୀନ ରହିଥିବାବେଳେ ଅନ୍ୟପଟେ ସେ ଅଭିଯୋଗ କରିଛି ଯେ ତାର ବିନା ଅନୁମତିରେ ବା ସ୍ବାକ୍ଷରରେ ଜେଲ୍ କର୍ତ୍ତୃପକ୍ଷ ଏପରି ଆବେଦନ କରିଛନ୍ତି। ତେଣୁ ରାଜକ୍ଷମା ଆବେଦନକୁ ପ୍ରତ୍ୟାହାର କରିନେବା ଲାଗି ବିନୟ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛି। ଉଭୟ ରାଜକ୍ଷମା ଆବେଦନ ଓ ପ୍ରତ୍ୟାହାର ଆବେଦନ ରାଷ୍ଟ୍ରପତିଙ୍କ ବିଚାରାଧୀନ ରହିଛି। ତେଣୁ ଏପରିସ୍ଥିତିରେ ଦୋଷୀଙ୍କୁ ଆଗାମୀ ଧାର୍ୟ୍ୟ ତାରିଖରେ ଫାଶୀ ଦେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ସେହିପରି ଦୋଷୀଙ୍କୁ ଅଲଗା ଜଣ ଜଣ କରି ଫାଶୀ ଦେବାକୁ ଅଦାଲତ ବାରଣ କରିଛନ୍ତି। କାରଣ ୧୯୮୨ରେ ହରିବଂଶ ସିଂହ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ କହିଥିଲେ ଯେ ଗୋଟିଏ ମାମଲାର ଦୋଷୀମାନଙ୍କୁ ଅଲଗା ଫାଶୀ ଦିଆଯାଇପାରିବ ନାହିଁ।