ଧର୍ମଶାଳାରେ ନାବାଳିକା ପ୍ରତି ପାଶବିକ ଅତ୍ୟାଚାର, ପୁଲିସ ସଂପୃକ୍ତ

ଧର୍ମଶାଳାରେ ନାବାଳିକା ପ୍ରତି ପାଶବିକ ଅତ୍ୟାଚାର, ପୁଲିସ ସଂପୃକ୍ତ

ଧର୍ମଶାଳାରେ ନାବାଳିକା ପ୍ରତି ପାଶବିକ ଅତ୍ୟାଚାର, ପୁଲିସ ସଂପୃକ୍ତ
ଯାଜପୁର - ପୁଣି ଥରେ ଚର୍ଚ୍ଚାରେ ଯାଜପୁର ଏସପି ଚରଣ ସିଂ ମିନା । ନାବାଳିକାକୁ ଛୁରା ଦେଖାଇ ଘରୁ ଉଠାଇନେଲେ ଦୁର୍ବୁତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ । ଦୁଇ ଜଣ ପୁଲିସ ଅଧରକାରୀଙ୍କ ସଂପୃକ୍ତି ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୁଲିସ ଅଧିକାରୀଙ୍କ ଇଙ୍ଗିତରେ ଏଭଳି ଜଘନ୍ୟ କାଣ୍ଡ ଘଟିଥିବା ଯାହା ଅଭିଯୋଗ ଆସୁଛି । ନାବଳିକାର କହିବା ମୁତାବକ ଧର୍ମଶାଳା ଥାନାର ଏଲି ଓ ସନ୍ତୋଷଙ୍କ ସଂପୃକ୍ତି ରହିଛି । ପୁଲିସ ବାବୁଙ୍କ ଭାଇ ପିଣ୍ଟୁ ଓ ମିଟୁ ତାଙ୍କ ଭଉଣୀ ବନି ଯେଉଁମାନେ ଏହିଭଳି ଜଘନ୍ୟ କାର୍ଯ୍ୟରେ ସଂପକ୍ତ । ବନ୍ଧୁକ ଓ ଛୁରା ଦେଖାଇ ଭୟଭିତ କରାଇ ନାବାଳିକାର ବାପାକୁ ମାରିଦେବାର ଧମକ ଦେଇ ଘରୁ ଉଠାଇନେଲେ । ପରେ ସେ ଝିଅକୁ ଏକନ ନିଶାର ଲଡୁ ଖାଇବାକୁ ଦେଇ ପାଶବିକ ଅତ୍ୟାଚାର କରିଥିବା ଅଭିଯୋଗ । ପୁଲିସ ରାଜନୈତିକ ଦଳର ଦଲାଲି ଛାଡି ଏଭଳି ସମ୍ବେଦନଶୀଳ ଘଟଣାରେ ଧ୍ୟାନଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବିଜେପି ନେତ୍ରୀ ଲେଖଶ୍ରୀ ସାମନ୍ତସଂଘାର ଦାବି କରିଛନ୍ତି । ଯାଜପୁର ଏସପି ଚରଣ ସିଂ ମିନା ଅପରାଧି ରାଜନୈତିକ ଦଳର ଦଲାଲୀ କରୁଥିବା ଅଭିଯୋଗ ଆଣିଛି ବିଜେପି ।