ବଜେଟ ଅର୍ଥ ଖର୍ଚ୍ଚର ବିବରଣୀ ଦେଲେ ଅର୍ଥମନ୍ତ୍ରୀ

ବଜେଟ ଅର୍ଥ ଖର୍ଚ୍ଚର ବିବରଣୀ ଦେଲେ ଅର୍ଥମନ୍ତ୍ରୀ

ବଜେଟ ଅର୍ଥ ଖର୍ଚ୍ଚର ବିବରଣୀ ଦେଲେ ଅର୍ଥମନ୍ତ୍ରୀ
ଭୁବନେଶ୍ୱର: ମଙ୍ଗଳବାର ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଅର୍ଥ ଖର୍ଚ୍ଚର ବିବରଣୀ ଦେଇଛନ୍ତି । ଏହି ଅବସରରେ ସେପ୍ଟେମ୍ବର ପର୍ଯ୍ୟନ୍ତ ମାତ୍ର ୩୭% ଅର୍ଥ ଖର୍ଚ୍ଚ ହୋଇଥିବା ଶ୍ରୀ ପୂଜାରୀ ଦର୍ଶାଇଛନ୍ତି । ବ୍ୟୟବରାଦ ୧,୪୬,୬୦୯ କୋଟିରୁ ମାତ୍ର ୫୩, ୨୬୫ କୋଟି ଖର୍ଚ୍ଚ ହୋଇଥିବା ସେ ଦର୍ଶାଇଛନ୍ତି । ତେବେ ଏତେ କମ ଖର୍ଚ୍ଚ ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ୩ଟି କାରଣ ମଧ୍ୟ ଦର୍ଶାଇଛନ୍ତି । ଉକ୍ତ କାରଣ ଗୁଡ଼ିକ ହେଲା ନିର୍ବାଚନ ଆଚରଣ ବିଧି, ଅତ୍ୟଧିକ ବର୍ଷା ଓ ୨ଟି ବାତ୍ୟା । ଏହି ୩ଟି କାରଣ ପାଇଁ ଖର୍ଚ୍ଚରେ ବାଧା ଉପୁଜିଥିବା ସେ କହିଛନ୍ତି । ସେହିଭଳି ଡିସେମ୍ବର ସୁଦ୍ଧା ୬୦% ଅର୍ଥ ଖର୍ଚ୍ଚ ହେବା ନେଇ ଲକ୍ଷ୍ୟ ରହିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କହିଛନ୍ତି ।