୩ ମେଡିକାଲ କଲେଜର ଏମ୍ବିବିଏସ୍ ସିଟ୍ ବଢ଼ିଲା

୩ ମେଡିକାଲ କଲେଜର ଏମ୍ବିବିଏସ୍ ସିଟ୍ ବଢ଼ିଲା

୩ ମେଡିକାଲ କଲେଜର ଏମ୍ବିବିଏସ୍ ସିଟ୍ ବଢ଼ିଲା
ଭୁବନେଶ୍ୱର :ରାଜ୍ୟର ୩ଟି ମେଡିକାଲ କଲେଜରେ ଏମ୍ବିବିଏସ୍ ସିଟ୍ ସଂଖ୍ୟା ବଢ଼ିଛି । ମେଡିକାଲ କାଉନସିଲ ଅଫ ଇଣ୍ଡିଆର ଅନୁମୋଦନ କ୍ରମେ ବୁର୍ଲା, କୋରାପୁଟ ଓ ବାରିପଦା ମେଡିକାଲ କଲେଜରେ ସିଟ୍ ସଂଖ୍ୟାରେ ବୃଦ୍ଧି ଘଟିଛି । ବୁର୍ଲା ମେଡିକାଲ କଲେଜରେ ପୂର୍ବରୁ ୧୫୦ ସିଟ୍ ରହିଥିବା ବେଳେ ତହିଁରେ ଆହୁରି ୫୦ ସିଟ୍ ବୃଦ୍ଧି ପାଇ ୨୦୦ରେ ପହଞ୍ଚିଛି । କୋରାପୁଟିସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପୂର୍ବରୁ ୧୦୦ ସିଟ୍ ରହିଥିବା ବେଳେ ୨୫ ସିଟ୍ ଓ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ମଧ୍ୟ ୨୫ ସିଟ୍ରେ ବୃଦ୍ଧି ଘଟିଛି । ଏହି ଦୁଇ ମେଡିକାଲ କଲେଜରେ ଏବେ ସିଟ୍ ସଂଖ୍ୟା ୧୨୫ରେ ପହଞ୍ଚିଛି ।