ବର୍ଷକ ପରେ ପିପିଲି ପାଇବ ନୂଆ ମୁଖିଆ

ବର୍ଷକ ପରେ ପିପିଲି ପାଇବ ନୂଆ ମୁଖିଆ

ବର୍ଷକ ପରେ ପିପିଲି ପାଇବ ନୂଆ ମୁଖିଆ


ଇଭିଏମରେ ସିଲ୍ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

ପିପିଲି: ୨୦୨୦ ଅକ୍ଟୋବର ୪ରେ ପିପିଲିର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା । ଗତକାଲି ପିପିଲି ଉପନିର୍ବାଚନ ଭୋଟ୍ ସରିଛି । ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଆସନ୍ତା ୩ ତାରିଖରେ ଭୋଟ୍ ଗଣତି ହେବ । ସେଇ ଦିନ ହିଁ ପିପିଲି ପାଇବ ନୂଆ ବିଧାୟକ । ଅର୍ଥାତ୍ ମହାରଥୀଙ୍କ ମୃତୁ୍ୟର ପ୍ରାୟ ବର୍ଷକ ପରେ ପିପିଲି ନିର୍ବାଚନମଣ୍ଡଳୀ ନୂଆ ମୁଖିଆ ପାଇବାକୁ ଯାଉଛି । କିଏ ଜିତିବ, କିଏ ହାରିବ, ତାହା ଆଉ ଦୁଇଦିନ ପରେ ଜଣାପଡ଼ିବ । 

  ବିଜେଡି, ବିଜେପି ଓ କଂଗ୍ରେସ ରେସରେ ଆଗରେ ଥିବାବେଳେ ମୁଖଞତଃ ବିଜେଡି ଓ ବିଜେପି ମଧ୍ୟରେ ହିଁ କଡ଼ା ଟକ୍କର ହେବ ବୋଲି କୁହାଯାଉଛି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ସନ୍ଧ୍ୟା ୭ଟା ସୁଦ୍ଧା ୭୮%ରୁ ଅଧିକ ଭୋଟ ପଡ଼ିଥିଲା । ଏହି ଭୋଟ ହାର ୮୦% ଛୁଇଁପାରେ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତବର୍ଷ ମୃତ୍ୟୁ ଯୋଗୁ ଏହି ଆସନରେ ଉପନିର୍ବାଚନ ହୋଇଛି। ନିର୍ବାଚନ ମଇଦାନରେ ୧୦ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ମୁଖ୍ୟତଃ ଲଢ଼େଇ ହୋଇଛି। ଚଳିତଥର କୋଭିଡ୍ କଟକଣା ମଧ୍ୟରେ ଭୋଟଗ୍ରହଣ ଶେଷ ହୋଇଛି। ମତଦାନ କେନ୍ଦ୍ରରେ ଭୋଟରଙ୍କ ସୁରକ୍ଷା ପାଇଁ ମାସ୍କ, ସାନିଟାଇଜର, ଗ୍ଲୋବସ୍ ଆଦି ପ୍ରଦାନ କରାଯାଇଥିଲା। କାଭାଁ ଗୋଟିଏ ଅବା ଦୁଇଟି ସ୍ଥାନକୁ ଛାଡ଼ିଲେ ଆଜି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।