କେବିସିରେ ଧର୍ମେନ୍ଦ୍ର ପ୍ରଧାନ

କେବିସିରେ ଧର୍ମେନ୍ଦ୍ର ପ୍ରଧାନ

କେବିସିରେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ସୋନି ଚ୍ୟାନେଲରେ ପ୍ରସାରିତ ଲୋକପି୍ରୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କିତ ଏକ ପ୍ରଶ୍ନକୁ ନେଇ ଚର୍ଚ୍ଚା ହୋଇଛି । ଏଥିରେ କାର୍ଯ୍ୟକ୍ରମର ସଂଚାକଳ ଅଭିନେତା ଅମିତାଭ ବଚ୍ଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଦେଖାଇ ଏ ବ୍ୟକ୍ତି କେଉଁ ନାମରେ ପରିଚିତ ବୋଲି ପ୍ରଶ୍ନ ପଚାରିଥିଲେ । ପ୍ରଶ୍ନର ୪ଟି ସମ୍ଭାବ୍ୟ ଉତ୍ତର ଥିଲା । ସ୍ୱଚ୍ଛ ଭାରତ ମ୍ୟାନ, ମନ ଧନ ମ୍ୟାନ, ଜନଧନ ମ୍ୟାନ ଏବଂ ଉଜ୍ଜ୍ୱଳା ମ୍ୟାନ । ଏହାର ଉତ୍ତରରେ ହଟ ସିଟରେ ବସିଥିବା ଅଶ୍ୱିନୀ କୁମାର ସିହ୍ନା ଧର୍ମେନ୍ଦ୍ର ପ୍ରଧାନଙ୍କୁ ‘ଉଜ୍ଜ୍ୱଳା ମ୍ୟାନ’ ବୋଲି କହିଥିଲେ । ଅଭିନେତା ଅମିତାଭ ବଚ୍ଚନ ଏହା ସଠିକ ଉତ୍ତର କହିବା ପରେ ଉପସ୍ଥିତ ଦର୍ଶକ ତାଳି ମାରିଥିଲେ । ଏହା ପରେ ଅମିତାଭ ବଚ୍ଚନ ଧର୍ମେନ୍ଦ୍ରଙ୍କର ୨୦୧୪ ରୁ ୨୦୨୧ ପର୍ଯ୍ୟନ୍ତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହିସାବରେ ଉଜ୍ଜ୍ୱଳା ଯୋଜନର ସଫଳ ରୂପାୟନକୁ ପ୍ରଶଂସା କରିଥିଲେ ।